26.1 C
Bhubaneswar
Monday, December 15, 2025
Homeଓଡିଶାମିଛ ଅଭିନୟ ପାଇଁ ଗଲା ଜୀବନ

ମିଛ ଅଭିନୟ ପାଇଁ ଗଲା ଜୀବନ

ବ୍ରଜରାଜନଗର : ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଥାନା ଲମ୍‌ଟିବାହାଲ କ୍ୟାମ୍ପସ ଛକଠାରେ ଘଟିଛି ଅଭାବନୀୟ ଘଟଣା । ଭାଇଭଉଣୀ ଝଗଡ଼ାରେ ମିଛିମିଛିକା ଫାଶୀ ଖେଳରେ ଭାଇର ଜୀବନ ଯାଇଛି। ଅପରପକ୍ଷେ ପୁତ୍ରର ମୃତ୍ୟୁରେ ମର୍ମାହତ ବାପା ଆତ୍ମହତ୍ୟା କରିଛନ୍ତି। ଏହି ଘଟଣା ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି। ବ୍ରଜରାଜନଗର ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପରେ ଆଜି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ସୂଚନାନୁସାରେ, ଲମ୍‌ଟିବାହାଲ କ୍ୟାମ୍ପସ ଛକ ପାଖରେ ରହୁଥିବା ଝସକେତନ ସିଂହ(୪୦)ଙ୍କ ଝିଅ ଓ ପୁଅ ରୋହନ ସିଂହ(୧୪)ଙ୍କ ମଧ୍ୟରେ କୌଣସି କାରଣରୁ ବୁଧବାର ମଧ୍ୟାହ୍ନରେ ଝଗଡ଼ା ହୋଇଥିଲା। ଭଉଣୀକୁ ଡରାଇବାକୁ ଯାଇ ରୋହନ ତାଙ୍କ ଶୋଇବା ଘରେ ମା’ର ଶାଢ଼ିରେ ମିଛିମିଛିକା ଆତ୍ମହତ୍ୟା କରିବାର ଏକ ନାଟକ କରିବାକୁ ପ୍ରୟାସ କରିଥିଲେ। କିନ୍ତୁ ଅଭିନୟ ହିଁ ତାଙ୍କର ଜୀବନ ନେଲା। ଏହା ଦେଖି ରୋହନଙ୍କ ଭଉଣୀ ପରିବାର ଲୋକଙ୍କୁ ଡାକିଥିଲେ। ପରିବାର ଲୋକେ ରୋହନଙ୍କୁ ନିକଟସ୍ଥ ମଣ୍ଡଳିଆ କେନ୍ଦ୍ରୀୟ ଚିକିତ୍ସାଳୟକୁ ନେଇଥିବାବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଅର ମୃତ୍ୟୁକୁ ବାପା ଝସକେତନ ସିଂହ ସହି ନପାରି ଗତ ରାତି ୩ଟାରେ ମାନସିକ ଭାରସାମ୍ୟ ହରାଇ ନିଜ ଶୋଇବା ଘରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking