19.1 C
Bhubaneswar
Wednesday, February 11, 2026
Homeଦେଶ ବିଦେଶପୂଜାରୀଙ୍କୁ ମନ୍ଦିର ଭିତରୁ ଜଙ୍ଗଲକୁ ଟାଣି ନେଇଗଲା ଚିତା

ପୂଜାରୀଙ୍କୁ ମନ୍ଦିର ଭିତରୁ ଜଙ୍ଗଲକୁ ଟାଣି ନେଇଗଲା ଚିତା

ଉଦୟପୁର: ରାଜସ୍ଥାନର ଉଦୟପୁର ଜିଲ୍ଲାର ଗୋଗୁନ୍ଦା ଥାନା ବାଘ ଆକ୍ରମଣରେ ମନ୍ଦିର ପୂଜାରୀଙ୍କ ମୃତ୍ୟୁ । ଏହି ଅଞ୍ଚଳରେ ଗତ ୧୫ ଦିନ ମଧ୍ୟରେ ଚିତା ବାଘ ଆକ୍ରମଣରେ ଏହା ହେଉଛି ଷଷ୍ଠ ମୃତ୍ୟୁ ମାମଲା ।ପୋଲିସର ସୂଚନା ଅନୁସାରେ, ରାଠୋଡର ଗୁଡାରେ ଗତ ରାତିରେ ମନ୍ଦିରରେ ଶୋଇଥିବା ପୂଜାରୀ ବିଷ୍ଣୁ ମହାରାଜଙ୍କୁ ବାଘ ଆକ୍ରମଣ କରି ଜଙ୍ଗଲ ଭିତରକୁ ନେଇ ଯାଇଥିଲା । ଘଟଣାର ସୂଚନା ଲୋକଙ୍କୁ ସକାଳେ ମିଳିବା ପରେ ପୋଲିସ ଓ ବନ ବିଭାଗ କର୍ମଚାରୀଙ୍କୁ ସୂଚନା ଦିଆଯାଇଥିଲା ।

ବିଷ୍ଣୁ ମହାରାଜଙ୍କ ମୃତ ଶରୀର ମନ୍ଦିରଠାରୁ ୩୦୦ ମିଟର ଦୂରରେ ଜଙ୍ଗଲ ଭିତରୁ କ୍ଷତବିକ୍ଷତ ଅବସ୍ଥାରେ ମିଳିଥିଲା । ଏହି ଅଞ୍ଚଳରେ ବାଘ ଆତଙ୍କ ଜାରି ରହିଛି । ଗତ ୧୮ ତାରିଖରେ ମଇଁଷି ଚରାଳି କିଶୋରୀ କମଳାଙ୍କୁ ପ୍ରଥମ ଶିକାର କରିଥିଲା । ଏହାପରେ ଲଗାତାର ଗୋଟିଏ ପରେ ଗୋଟିଏ ଜୀବନ ନେବାରେ ଲାଗିଛି । ବନ ବିଭାଗ ବାଘକୁ ଧରିବା ପାଇଁ ସବୁ ପ୍ରକାର ଚେଷ୍ଟା ଚଳାଇଛି । ଏପର୍ଯ୍ୟନ୍ତ ୪ଟି ଚିତାବାଘକୁ ଧରିସାରିଛି ବନ ବିଭାଗ। ତଥାପି ଏହି ଗୋଟିଏ ଚିତାବାଘକୁ ଧରିବା ଖୁବ୍ କଷ୍ଟକର ହୋଇ ପଡିଛି । ଭୟରେ ଲୋକମାନେ ମଧ୍ୟ ଘର ବାହାରକୁ ଯିବାକୁ ଡରୁଛନ୍ତି । ପ୍ରଶାସନ ପକ୍ଷରୁ ସ୍ଥାନୀୟ ଲୋକଙ୍କୁ ସୁଚୀତ କରାଯାଇଛି ଯେ, ସେମାନେ ଘରୁ ଏକାକୀ ବାହାରନ୍ତୁ ନାହିଁ, ଯେତେବେଳେ ବାହାରୁଛନ୍ତି ସାବଧାନ ରୁହନ୍ତୁ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking