36.9 C
Bhubaneswar
Friday, April 10, 2026
Homeଓଡିଶାକଳିଙ୍ଗନଗରରେ ଚକ୍ଷୁ ଚିକିତ୍ସା ସେବା ବୃଦ୍ଧି ପାଇଁ ଟାଟା ଷ୍ଟିଲ ଫାଉଣ୍ଡେସନ, ନୀଳାଚଳ ଇସ୍ପାତ ନିଗମ...

କଳିଙ୍ଗନଗରରେ ଚକ୍ଷୁ ଚିକିତ୍ସା ସେବା ବୃଦ୍ଧି ପାଇଁ ଟାଟା ଷ୍ଟିଲ ଫାଉଣ୍ଡେସନ, ନୀଳାଚଳ ଇସ୍ପାତ ନିଗମ ଏବଂ ସ୍ଥାନୀୟ ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷଙ୍କ ମିଳିତ ଉଦ୍ୟମ

ଯାଜପୁର : ଦାନଗଦୀ ଓ ସୁକିନ୍ଦା ଅଞ୍ଚଳରେ ପ୍ରତିରୋଧଯୋଗ୍ୟ ଦୃଷ୍ଟିହୀନତା ବିରୁଦ୍ଧରେ ସୁଲଭ ସ୍ୱାସ୍ଥ୍ୟସେବା ସୁନିଶ୍ଚିତ କରିବା ଏବଂ ଚକ୍ଷୁ ସେବାର ଗୁଣବତ୍ତାରେ ଉନ୍ନତି ଆଣିବା ପାଇଁ ଟାଟା ଷ୍ଟିଲ ଫାଉଣ୍ଡେସନ (ଟିଏସ୍‌ଏଫ୍‌) ଏବଂ ନୀଳାଚଳ ଇସ୍ପାତ ନିଗମ (ଏନଆଇଏନଏଲ) ପକ୍ଷରୁ ବୁଧବାର କଳିଙ୍ଗନଗରସ୍ଥିତ ହୋଟେଲ ଜିଞ୍ଜରରେ ଏକ ‘ସମନ୍ୱୟ ବୈଠକ’ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସା ଧିକାରୀ ଡାକ୍ତର ଶିବାଶିଷ ମହାରଣା, ଜିଲ୍ଲା ଦୃଷ୍ଟିହୀନ ନିୟନ୍ତ୍ରଣ ସୋସାଇଟି (ଡିବିସିଏସ)ର ପ୍ରତିନିଧି, କ୍ରିଷ୍ଣା ଚକ୍ଷୁ ହସ୍ପିଟାଲ, ଭୂମିକା ଚକ୍ଷୁ ହସ୍ପିଟାଲ, ସୁଶ୍ରୁତା ହସ୍ପିଟାଲ ଓ ମାରୁଫ ଚକ୍ଷୁ ଓ ମଲ୍ଟିସ୍ପେସିଆଲିଟି ହସ୍ପିଟାଲ ସମେତ ଅଞ୍ଚଳର ପ୍ରମୁଖ ଚକ୍ଷୁ ଚିକିତ୍ସାଳୟର ପ୍ରତିନିଧିମାନେ ଉପସ୍ଥିତ ଥିଲେ।

ବୈଠକରେ ଅଂଶଗ୍ରହଣକାରୀମାନେ ସ୍କୁଲ ପିଲାଙ୍କ ପାଇଁ ଚକ୍ଷୁ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମକୁ ବୃଦ୍ଧି କରିବା, ରେଟିନୋପାଥି ଅଫ୍ ପ୍ରିମେଚୁରିଟି (ଆରଓପି) ମାମଲା ଚିହ୍ନଟ କରିବା ଏବଂ ଅଙ୍ଗନୱାଡି କର୍ମୀ , ଏଏନଏମ ଏବଂ ଆଶା କର୍ମୀଙ୍କୁ ସାଧାରଣ ଚକ୍ଷୁ ରୋଗ ବିଷୟରେ ତାଲିମ ପ୍ରଦାନ କରିବାର ରଣନୀତି ଉପରେ ଆଲୋଚନା କରିଥିଲେ ।

ଜିଲ୍ଲା ଦୃଷ୍ଟିହୀନ ନିୟନ୍ତ୍ରଣ ସୋସାଇଟି (ଡିବିସିଏସ), ସମସ୍ତ ସ୍ଥାନୀୟ ଚକ୍ଷୁ ଚିକିତ୍ସାଳୟର ପ୍ରତିନିଧି ଏବଂ ଦାନଗଦୀ ଓ ସୁକିନ୍ଦା ବ୍ଲକର ମେଡିକାଲ ଅଫିସରଙ୍କୁ ନେଇ ଏକ ‘ଷ୍ଟିୟରିଂ କମିଟି’ ଗଠନ କରି ମୋତିଆବିନ୍ଦୁ ସ୍କ୍ରିନିଂ କାର୍ଯ୍ୟର ତଦାରଖ କରିବେ ବୋଲି ଏହି ବୈଠକ ରେ ନିସ୍ପତି ନିଆଯାଇଛି।

ବର୍ତ୍ତମାନ ସୁଦ୍ଧା ଟାଟା ଷ୍ଟିଲ ଫାଉଣ୍ଡେସନ ପକ୍ଷରୁ ଦାନଗଦୀ ଓ ସୁକିନ୍ଦା ବ୍ଲକରେ ମୋତିଆବିନ୍ଦୁ ପାଇଁ ୨୭୩୯ଟି ସ୍କ୍ରିନିଂ କରାଯାଇ ୪୦୧ଟି ମୋତିଆବିନ୍ଦୁ ରୋଗୀ ଚିହ୍ନଟ କରାଯାଇଛି। ସେମାନଙ୍କ ମଧ୍ୟରୁ ଟାଟା ଷ୍ଟିଲ ଫାଉଣ୍ଡେସନ (ଟିଏସଏଫ) ୩୩୦ ଜଣ ବ୍ୟକ୍ତିଙ୍କ ସଫଳ ଅସ୍ତ୍ରୋପଚାର କରାଇପାରିଛି । ଏହା ସ୍ଥାନୀୟ ଅଞ୍ଚଳରେ ଚକ୍ଷୁ ସ୍ୱାସ୍ଥ୍ୟ ସେବାରେ ଉନ୍ନତି ଆଣିବାରେ ଟିଏସଏଫର ପ୍ରତିବଦ୍ଧତାକୁ ଦର୍ଶାଉଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking