38.8 C
Bhubaneswar
Monday, April 13, 2026
Homeଓଡିଶାରାଜଧାନୀ ଭୁବନେଶ୍ବରରେ ବିଶାଳ ଗଣଦୌଡ଼ ଅନୁଷ୍ଠିତ

ରାଜଧାନୀ ଭୁବନେଶ୍ବରରେ ବିଶାଳ ଗଣଦୌଡ଼ ଅନୁଷ୍ଠିତ

ଭୁବନେଶ୍ବର : ସ୍ବାମୀ ଲକ୍ଷ୍ମଣାନନ୍ଦଙ୍କ ଶ୍ରାଦ୍ଧବାର୍ଷିକୀ ତଥା ୧୬ତମ ବଳିଦାନ ଦିବସ ଅବସରରେ ରାଜଧାନୀ ଭୁବନେଶ୍ବରରେ ବିଶାଳ ଗଣଦୌଡ଼ ଅନୁଷ୍ଠିତ ହୋଇଛି। ଏଥିରେ ବହୁ ସାଧୁସନ୍ଥ ଏବଂ  ସ୍ବାମୀ ଲକ୍ଷ୍ମଣାନନ୍ଦଙ୍କ ଅନୁଗାମୀ ଯୋଗ ଦେଇଥିଲେ। ଏହି ବିଶିଷ୍ଟ ବ୍ୟକ୍ତିମାନେ ସ୍ବାମୀ ଲକ୍ଷ୍ମଣାନନ୍ଦଙ୍କ ହତ୍ୟାକାଣ୍ଡର ସିବିଆଇ ତଦନ୍ତ ଦାବି କରିଛନ୍ତି। ସ୍ବାମୀ ଲକ୍ଷ୍ମଣାନନ୍ଦଙ୍କୁ ହତ୍ୟା କରିଥିବା ଅଭିଯୁକ୍ତଙ୍କୁ କଠୋର ଦଣ୍ଡବିଧାନ କରାଗଲେ ହିଁ ତାଙ୍କୁ ନ୍ୟାୟ ମିଳିବ ବୋଲି ମତ ପ୍ରକାଶ ପାଇଛି।
ଏଣେ  ଆଜି ସ୍ବାମୀ ଲକ୍ଷ୍ମଣାନନ୍ଦଙ୍କ ଶ୍ରାଦ୍ଧବାର୍ଷିକୀ ତଥା ୧୬ତମ ବଳିଦାନ ଦିବସ ଭାବେ ମଧ୍ୟ ଉକ୍ତ ଦିବସକୁ ପାଳନ କରାଯାଉଛି। ଏଥିପାଇଁ ସମଗ୍ର କନ୍ଧମାଳ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଜିଲ୍ଲାରେ ୨୬ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି ବୋଲି କନ୍ଧମାଳ ଏସ୍ପି ଶୁଭେନ୍ଦୁ କୁମାର ପାତ୍ର ସୂଚନା ଦେଇଛନ୍ତି।  ଜିଲ୍ଲାର ବିଭିନ୍ନ ଚର୍ଚ୍ଚ ଏବଂ ମନ୍ଦିରରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଜିଲ୍ଲାକୁ ସଂଯୋଗ କରୁଥିବା ବିଭିନ୍ନ ପ୍ରବେଶ ଓ ପ୍ରସ୍ଥାନପଥରେ ପୁଲିସ ଫୋର୍ସ କଡ଼ାକଡ଼ି ଯାଞ୍ଚ କରୁଥିବା ଏସ୍ପି କହିଛନ୍ତି। ସେହିପରି ଜଲେଶପଟ୍ଟା ଆଶ୍ରମରେ ମଧ୍ୟ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଦକ୍ଷିଣାଞ୍ଚଳ ଆଇଜି ଜୟନାରାୟଣ ପଙ୍କଜ ଓ କନ୍ଧମାଳ ଏସପି ଶ୍ରୀ ପାତ୍ର ସୁରକ୍ଷା ବ୍ୟବସ୍ଥା ତଦାରଖ କରିଛନ୍ତି। ଜଲେଶପଟ୍ଟା ସଂସ୍କୃତ କନ୍ୟାଶ୍ରମ ପରିସରରେ ଜନ୍ମାଷ୍ଟମୀ ସହ ସ୍ବାମୀ ଲକ୍ଷ୍ମଣାନନ୍ଦଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହେବ। ଏଥିପାଇଁ ଆଶ୍ରମ ଭିତରେ ଓ ବାହାରେ ବନ୍ଧୁକଧାରୀ ଯବାନ ମୁତୟନ ହୋଇଥିବା ବେଳେ ସେଠାରେ ପାଟ୍ରୋଲିଂକୁ କଡ଼ାକଡ଼ି କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking