21.1 C
Bhubaneswar
Sunday, February 1, 2026
Homeଓଡିଶାଉଜୁଡ଼ିଗଲା  ୧୩ କୋଟିର ବୃହତ୍ ପିଜୁଳି ଫାର୍ମ  

ଉଜୁଡ଼ିଗଲା  ୧୩ କୋଟିର ବୃହତ୍ ପିଜୁଳି ଫାର୍ମ  

ଯାଜପୁର: ସରକାର ଙ୍କ ମାଲ ଦରିଆ ମେ ଡାଲା ଉକ୍ତି ଟି ଯାହା ସୁକିନ୍ଦା ଖଣି ଉପତ୍ୟକା ରେ ନିର୍ମାଣ ହୋଇ ଥିବା ପିଜୁଳି ଫାର୍ମ ରେ ଘଟିଛି lପାଣିରେ ପଡ଼ିବ ଡି ଏମ ଏଫ ପାଣ୍ଠିର ୧3 କୋଟି ଟଙ୍କା l ଜିଲ୍ଲା ପ୍ରଶାସନ ଓ ଉଦ୍ୟାନ ବିଭାଗ ନିଦା ବିଷ୍ଣୁ ସାଜିଛି lଉଜୁଡ଼ି ଗଲାଣି ୧୩ କୋଟି ଟଙ୍କାର ବୃହତ୍ ପିଜୁଳି ଫାର୍ମ। ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକର ୨ ଗାଁ ଦାମୋଦରପୁର ଓ ବୋତଲଣ୍ଡା ମଧ୍ୟବର୍ତ୍ତୀ ପଡ଼ିଆରେ ୨୦୨୧ ମସିହା ଜୁନ ୪ ତାରିଖରେ ଭିତ୍ତିପ୍ରସ୍ତର ପଡ଼ିଥିବା ଏହି ଫାର୍ମର ଶତ ପ୍ରତିଶତ ଗଛ ଜଳାଭାବ ପ୍ରପୀଡ଼ିତ। ରକ୍ଷଣାବେକ୍ଷଣ ଅଭାବରୁ ୫୦ ହଜାର ଗଛ ଝାଉଁଳି ପଡ଼ିଛି। ଉନ୍ନତ କିସମ ଭିଏନ୍‌ଆର୍-ବି, ଏଲ୍‌-୪୯. ଥାଇ-୭ ଓ ଆହ୍ଲାବାଦ ସଫେଦ୍ ପ୍ରଜାତିର ପିଜୁଳିଗଛର ଅଧିକାଂଶ ପତ୍ର ହଳଦିଆ ପଡ଼ିଗଲାଣି। ଗଛର ଦୁର୍ବଳ ସ୍ଥିତିରୁ ରୋଗପୋକ ପ୍ରାଦୁର୍ଭାବ ଭାରି ପଡ଼ୁଛି। ପୂରା ଫାର୍ମ ଉଜୁଡ଼ିଯିବା ଆଶଂକା ପ୍ରକାଶ ପାଇଛି।ଉଦ୍ୟାନ ବିଭାଗ ଚୁପୁ ହୋଇ ବସିଛିଜିଲ୍ଲା ଖଣିଜ ପ୍ରତିଷ୍ଠାନ(ଡିଏମ୍‌ଏଫ୍‌) ପାଣ୍ଠି ଅନୁଦାନରୁ ଉଦ୍ୟାନ ବିଭାଗ ମାର୍ଫତରେ ୭ ଶହ ଏକର ଜମିରେ ବୃହତ୍ ପିଜୁଳି ଫାର୍ମ କରାଯାଇଥିଲା। ପ୍ରଥମ ପର୍ଯ୍ୟାୟରେ ୩୫୦ ଏକର ଜମିରେ ପିଜୁଳି ଗଛ ଲଗାଯାଇଛି। ବିଦ୍ୟୁତୀକରଣରେ ନିମ୍ନ ମାନ ର ଯୋଗୁ ମାତ୍ର ୩ ବର୍ଷରେ ୨୫୦୦ ମିଟରରୁ ଅଧିକ ଦୈର୍ଘ୍ୟର ଦାମୀ କେବୁଲ ପୋଡ଼ିଯାଇଛି। ପ୍ରକଳ୍ପରେ ବ୍ୟବହୃତ ବିଦ୍ୟୁତ ଉପକରଣ ଓ ସରଞ୍ଜାମ ସବୁ ନିମ୍ନମାନର ବୋଲି ଧରାପଡ଼ିଛି। ଗୋଟିଏ ଟ୍ରାନ୍ସଫର୍ମର ପୋଡ଼ିଯାଇଛି। ଅନ୍ୟଟି ଏକାଧିକ ବାର ଖରାପ ହୋଇଛି। ବିଦ୍ୟୁତ ସରବରାହ ଅଭାବରୁ ବୁନ୍ଦା ଜଳସେଚନ ବ୍ୟବସ୍ଥା ସଂପୂର୍ଣ୍ଣ ଠପ୍‌ ହୋଇଯାଇଛି। ଚଳିତବର୍ଷ ଭଲ ବର୍ଷାରୁ ପିଜୁଳି ଅମଳ ନଭେମ୍ବର ପର୍ଯ୍ୟନ୍ତ ସ୍ବାଭାବିକ ଥିଲା। ଆୟ ୬ ଲକ୍ଷ ଟଙ୍କା ଛୁଇଁଥିଲା। ଏପ୍ରିଲ ପର୍ଯ୍ୟନ୍ତ ଅମଳ ହେବାକୁ ଲକ୍ଷ୍ୟ ରଖାଯାଇଥିଲେ ହେଁ ଡିସେମ୍ବର ପହିଲାରୁ ପିଜୁଳି ଅମଳ ଓ ଆୟ ଠପ୍‌ ହୋଇଯାଇଛି। ଗଛରେ ପାଣି ମାଡ଼ି ପାରୁନଥିବାରୁ ଫାର୍ମର ସ୍ଥିତି ଦୟନୀୟ ହେବାରେ ଲାଗିଛି।ବୋତଲଣ୍ଡା, ଦାମୋଦରପୁର, ମୂଳଖମ୍ବ ଓ ବାମ୍ବିଲୋ ଗାଁର ମଧ୍ୟବର୍ତ୍ତୀ ୯.୫ କିଲୋମିଟର ପରିଧିରେ ଲୁହାଖୁଣ୍ଟ ଥାଇ ତାରବାଡ଼ ବହୁ ସ୍ଥାନରେ ଚୋରି ହୋଇଯାଇଛି। ଯାହାକି ପିଜୁଳି ଫାର୍ମର ରକ୍ଷଣାବେକ୍ଷଣ ଓ ନିରାପତ୍ତାରେ ବଡ଼ ଅନ୍ତରାୟ ହୋଇଛି। କିଛି ବାଉଁଶବାଡ଼ିର ଭାଡ଼ିରେ ୫ଟି ୱାଚ୍‌ଟାୱାର ଜଗୁଆଳି ବ୍ୟବସ୍ଥାକୁ ବିଦ୍ରୁପ କରୁଛି। ଚୋରଙ୍କ ପ୍ରାଦୁର୍ଭାବରୁ ପିଜୁଳି ଅମଳ ପ୍ରଭାବିତ ହେଉଥିବା ଅଭିଯୋଗ ହୋଇଛି। ଭିତ୍ତିଭୂମି ଭୁଶୁଡ଼ି ପଡ଼ିଥିବାରୁ ପିଜୁଳି ଫାର୍ମ ଦାୟିତ୍ବ ନେଇଥିବା ଇଣ୍ଡିଆନ ଗ୍ରାମୀଣ ସର୍ଭିସେସ୍(ଆଇଜିଏସ୍) ସଂସ୍ଥା ଏବେ ଅକଳରେ ପଡ଼ିଛି। ଗତବର୍ଷ ସ୍ଥାନୀୟ ୩୫୦ ଜଣ ମହିଳାଙ୍କ ସ୍ବାବଲମ୍ବୀ କରାଯିବା ଯୋଜନାରେ ଗଢ଼ାଯାଇଥିବା ସୁକିନ୍ଦା ଅମୃଦ୍ ମହିଳା କୃଷକ ପ୍ରସ୍ତୁତକାରକ କମ୍ପାନିର ଭାଗ୍ୟ ଓ ଭବିଷ୍ୟତ ଅନ୍ଧାରକୁ ଠେଲି ହୋଇଯାଇଛି। ଏପ୍ରିଲ ମାସରୁ କେବୁଲ ଓ ଟ୍ରାନ୍ସଫର୍ମର ପୋଡ଼ି ଯାଇଥିଲେ ହେଁ ବାରମ୍ବାର ଆବେଦନ ସତ୍ତ୍ବେ ଏଯାବତ୍ ଏହାର ପୁନରୁଦ୍ଧାର ହୋଇନଥିବା ଅଭିଯୋଗ ହୁଏ। ଜଳସେଚନ ଓ ଜଗାରଖା ଠିକ ହୋଇଥିଲେ ବାର୍ଷିକ ଅମଳ ୧୫ ଲକ୍ଷ ଟଙ୍କା ଟପି ଥାଆନ୍ତା ବୋଲି ଆଇଜିଏସ୍ ପକ୍ଷରୁ କୁହାଯାଇଛି। ପ୍ରଶାସନିକ ଅବହେଳା ଓ ଅବ୍ୟବସ୍ଥାରୁ ବୃହତ୍ ପ୍ରକଳ୍ପ ଅକାଳରେ ରୁଗ୍‌ଣ ହୋଇଯାଇଥିବା କୁହାଯାଇଛି। ଉଦ୍ୟାନକୃଷିବିଦ୍, ପର୍ଯ୍ୟବେକ୍ଷକ, ଜଗୁଆଳି ଓ ଶ୍ରମିକ ବର୍ଗରେ ନିଯୁକ୍ତ ୨୭ ‌ମାନବସମ୍ବଳକୁ ନିର୍ଦ୍ଧାରିତ ସମୟରେ ବେତନ ମିଳୁନଥିବା ଅଭିଯୋଗ ହୋଇଛି।ଦେଢ଼କୋଟି ଟଙ୍କାର ବିଦ୍ୟୁତୀକରଣ କାର୍ଯ୍ୟରେ ହୋଇଥିବା ସୀମାଟପା ଦୁର୍ନୀତିର ଭିଜିଲାନ୍ସ ତଦନ୍ତ ଓ ଫାର୍ମର ପୁନରୁଦ୍ଧାର ଦାବି ହୋଇଛି। ଏ ସଂପର୍କରେ ଜିଲ୍ଲା ସହକାରୀ ଉଦ୍ୟାନକୃଷି ନିର୍ଦ୍ଦେଶକ ରାଧାଶ୍ୟାମ ବେହେରାଙ୍କୁ ପଚାରିବାରେ ସମସ୍ୟ‌ା ସମାଧାନ ଦିଗରେ ଆନୁଷଙ୍ଗିକ ପଦକ୍ଷେପ ନିଆଯାଇଛି। ଖୁବଶୀଘ୍ର ଫାର୍ମ ସ୍ଥିତି ସ୍ବାଭାବିକ୍‌ ହେବ ବୋଲି କହିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking