ମାଲକାନଗିରି: ମାଲକାନଗିରିରେ ଘଟିଛି ଏକ ମର୍ମାନ୍ତୁଦ ଦୁର୍ଘଟଣା । ମାଲକାନଗିରି କାଲିମେଳାରେ ସ୍କୁଟିକୁ ଧକ୍କା ଦେଲା ଗ୍ରାମ୍ୟ ଉନ୍ନୟନ ବିଭାଗ ବୋଲେରୋ । ଦୁର୍ଘଟଣା ପରେ ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୨ ଜଣ ଗୁରୁତର ଥିବା ସୂଚନା ମିଳିଛି । ଧକ୍କା ଦେବା ପରେ ଘଟଣାସ୍ଥଳରୁ ଗାଡି ଛାଡି ଦେଇ ଜେଇ ଓ ଠିକାଦାର ଫେରାର ହୋଇଯାଇଛନ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।










