14.1 C
Bhubaneswar
Sunday, December 7, 2025
Homeଦେଶ ବିଦେଶସାଙ୍ଗର ଗୁଳିରେ ଟଳି ପଡିଲା ସାଙ୍ଗ

ସାଙ୍ଗର ଗୁଳିରେ ଟଳି ପଡିଲା ସାଙ୍ଗ

ଗାଜିଆବାଦ: ହୋଟେଲରେ ବନ୍ଧୁଙ୍କ ମଧ୍ୟରେ ଝଗଡା ହୋଇ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି ଏବଂ ଆଉ ଜଣେ ଆହତ ହୋଇଛନ୍ତି । ଉତ୍ତରାଖଣ୍ଡର ହାଲଦ୍ୱାନୀରେ ଏକ ହୋଟେଲକୁ ନେଇ ବିବାଦ ପରେ ବନ୍ଧୁଙ୍କ ମଧ୍ୟରେ ଝଗଡା ହୋଇ ଉତ୍ତେଜନାରେ ଜଣେ ଗୁଳି ଚଳାଇବା ଫଳରେ ଜଣେ ଯୁବକଙ୍କମୃତ୍ୟୁ ଘଟିଛି ଏବଂ ଆଉ ଜଣେ ଗୁଳି ବାଜି ଆହତ ହୋଇଛନ୍ତି । ଘଟଣାସ୍ଥଳରୁ ଅଭିଯୁକ୍ତ ଫେରାର ହେବାର ସଫଳ ହୋଇଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଢ୍‌ଚି ତଦନ୍ତ ଆରମ୍ଭ କରିଥିଲେ । ପୋଲିସ ତିନୋଟି ଦଳ ଗଠନ କରି ଫେରାର ଅଭିଯୁକ୍ତକୁ ଧରିବା ପାଇଁ ପ୍ରୟାସ କରୁଛି । ଘଟଣାସ୍ଥଳରୁ ମିଳିଥିବା ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି ।

ପୋଲିସର ସୂଚନା ଅନୁଯାୟୀ, ରବିବାର ରାତିରେ ନନ୍ଦଗ୍ରାମ ଥାନା ଅନ୍ତର୍ଗତ ରାଜନଗର ଏକ୍ସଟେନସନରେ ଛଅ ଜଣ ବନ୍ଧୁ ଏକାଠି ରାତ୍ରୀଭୋଜନ କରୁଥିବା ସମୟରେ ଏହି ଘଟଣା ଘଟିଥିଲା। ସୂଚନା ଅନୁଯାୟୀ, ହୋଟେଲରେ ଟଙ୍କା ବଣ୍ଟନକୁ ନେଇ ଦୁଇ ପକ୍ଷଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ରବିବାର ରାତ୍ରିଭୋଜନ କରୁଥିବା ସମୟରେ, ରାହୁଲ ତାଙ୍କ ବନ୍ଧୁ ନାଗେନ୍ଦ୍ର ଏବଂ ମୋହିତଙ୍କ ସହ ଟଙ୍କାକୁ ନେଇ ପ୍ରବଳ ଯୁକ୍ତିତର୍କ କରିଥିଲେ ଏବଂ ଗାଳିଗୁଲଜ ହୋଇଥିଲା। ଏହା ପରେ, ନାଗେନ୍ଦ୍ର ଏବଂ ତାଙ୍କ ବନ୍ଧୁ ମୋହିତ ଗୁଳି ଚଳାଇଥିଲେ।

ଗୁଳି ବାଜିବାରୁ ରାହୁଲଙ୍କ ମୃତ୍ୟୁ ହୋଇଥିଲା ଏବଂ ତାଙ୍କର ବନ୍ଧୁ ଆଶିଷ ଆହତ ହୋଇଥିଲେ। ରାହୁଲଙ୍କୁ ନିକଟସ୍ଥ ହସ୍ପିଟାଲକୁ ନିଆଯାଇଥିଲା, କିନ୍ତୁ ଚିକିତ୍ସା ସମୟରେ ସେ ଆହତ ହୋଇ ମୃତ୍ୟୁବରଣ କରିଥିଲେ। ଆଶିଷଙ୍କ ଗୋଡରେ ଗୁଳି ବାଜିଥିଲା ଏବଂ ବର୍ତ୍ତମାନ ସେ ବିପଦମୁକ୍ତ ଅଛନ୍ତି। କିଛି ସନ୍ଦିଗ୍ଧଙ୍କୁ ଚିହ୍ନଟ କରିଛନ୍ତି ଏବଂ ଅଭିଯୁକ୍ତମାନଙ୍କୁ ଖୁବ୍ ଶୀଘ୍ର ଗିରଫ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ପୋଲିସ ଅଧିକାରୀ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking