32.1 C
Bhubaneswar
Tuesday, March 31, 2026
Homeଅପରାଧପାର୍ଟି ନ ଦେବାରୁ ସାଙ୍ଗକୁ ହତ୍ୟା କଲା ସାଙ୍ଗ

ପାର୍ଟି ନ ଦେବାରୁ ସାଙ୍ଗକୁ ହତ୍ୟା କଲା ସାଙ୍ଗ

ନୂଆଦିଲ୍ଲୀ: ସାମାନ୍ୟ କଥାକୁ ନେଇ ଜଣେ ନାବାଳକଙ୍କୁ ହତ୍ୟା କରିଛନ୍ତି ଅନ୍ୟ ତିନି ସାଙ୍ଗ। ଫୋନ୍ କିଣିବା ପରେ ପାର୍ଟି ମାଗିବାରୁ ମନା କରିଥିଲେ ନାବାଳକ। ଏତିକିରେ ଉତ୍ତ୍ୟକ୍ତ ହୋଇ ତିନି ଜଣ ସାଙ୍ଗ ତାଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ପୁଲିସ ଏହି ମାମଲାରେ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ମୃତକ ଏବଂ ସମସ୍ତ ଅଭିଯୁକ୍ତଙ୍କ ବୟସ ୧୬ ବର୍ଷ। ସେମାନେ ଯୁକ୍ତ ଦୁଇ ପ୍ରଥମ ବର୍ଷର ଛାତ୍ର।

ସୂଚନା ଅନୁସାରେ, ଦିଲ୍ଲୀର ଏକ ଦୋକାନ ସମ୍ମୁଖରେ ରକ୍ତଛିଟା ଦେଖି ସନ୍ଦେହ କରିଥିଲା ପୁଲିସ। ଆଖପାଖ ଲୋକଙ୍କୁ ପଚାରିବାରୁ ଜାଣିବାକୁ ପାଇଲା ଯେ, କିଛି ନାବାଳକ ଜଣେ ପିଲାଙ୍କୁ ଛୁରୀ ଭୁଶିଛନ୍ତି। ତାଙ୍କୁ ଡାକ୍ତରଖାନା ନିଆଯାଇଛି। ଏନେଇ ପୁଲିସ ତଦନ୍ତ କରି ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତ ନାବାଳକମାନେ ମୃତ ଛାତ୍ରଙ୍କ ସାଙ୍ଗ। ସେମାନେ ଏକାଠି ହୋଇ ଫୋନ୍ କିଣିବାକୁ ଯାଇଥିଲେ। ମୃତ ନାବାଳକ ଫୋନ୍ କିଣି ସାଙ୍ଗମାନଙ୍କ ସହ ଫେରିବା ସମୟରେ ସେମାନେ ତାଙ୍କୁ ପାର୍ଟି ମାଗିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking