26.1 C
Bhubaneswar
Thursday, September 19, 2024
Homeଅପରାଧସାଙ୍ଗକୁ ଜୀବନରୁ ମାରିଦେଲା ସାଙ୍ଗ

ସାଙ୍ଗକୁ ଜୀବନରୁ ମାରିଦେଲା ସାଙ୍ଗ

ସମ୍ବଲପୁର : ସାଙ୍ଗକୁ ମାରିଦେଲା ସାଙ୍ଗ । ୩ ସାଙ୍ଗଙ୍କ ମଧ୍ୟରେ ପ୍ରଥମେ ଗଣ୍ଡଗୋଳ ହୋଇଥିଲା ଓ ପରେ ଏହା ଉଗ୍ର ରୂପ ନେବାରୁ ରାଗି ଯାଇ ସାଙ୍ଗକୁ ପିଟିପିଟି ହତ୍ୟା କରିଥିଲା ସାଙ୍ଗ। ସମ୍ବଲପୁର ସଦର ଥାନା ଅନ୍ତର୍ଗତ ରାସନପୁର ବାଙ୍କୀଟିକ୍ରା ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ମୃତକ ହେଉଛନ୍ତି ସତ୍ୟନାରାୟଣ ପାଣିଗ୍ରାହୀ । ଗତକାଲି ୩ ସାଙ୍ଗଙ୍କ ମଧ୍ୟରେ କୌଣସି କଥାକୁ ନେଇ ଯୁକ୍ତିତର୍କ ହୋଇଥିଲା । ଗଣ୍ଡଗୋଳରେ ଜେ. ଶ୍ରୀଧର ନାମକ ଜଣେ ବ୍ୟକ୍ତି ସତ୍ୟନାରାୟଣଙ୍କୁ ହଠାତ ଏକ ବାଡ଼ିରେ ତାଙ୍କ ମୁଣ୍ଡ ପଛ ପଟକୁ ଆକ୍ରମଣ କରିଥିଲା । ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ଘଟଣା ପରେ ଶ୍ରୀଧରଙ୍କ ମୋବାଇଲ ଫୋନ୍ ଟ୍ରାକ କରି ଅଭିଯୁକ୍ତକୁ ଗିରଫ କରିଥିଲା ସଦର ଥାନା ପୋଲିସ । ମୃତଦେହ କୁ ବ୍ୟବଛେଦ ପାଇଁ ବୁର୍ଲା ମେଡିକାଲ ପଠାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking