34.1 C
Bhubaneswar
Tuesday, March 24, 2026
Homeଓଡିଶାରାଜଧାନୀର ଭୂତଳ ମାର୍କେଟରେ ଲାଗିଲା ନିଆଁ, ୬ ଦୋକାନ ଭସ୍ମୀଭୂତ

ରାଜଧାନୀର ଭୂତଳ ମାର୍କେଟରେ ଲାଗିଲା ନିଆଁ, ୬ ଦୋକାନ ଭସ୍ମୀଭୂତ

ଭୁବନେଶ୍ୱର : ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱର ୧ ନମ୍ବର ହାଟ ଭୂତଳ ମାର୍କେଟରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ବହୁ ସମୟର ପରିଶ୍ରମ ପରେ ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଛନ୍ତି । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଥିବା ବେଳେ ଏଥିରେ ଲକ୍ଷାଧିକ ଟଙ୍କାର କ୍ଷତି ହୋଇଥିବା ଜଣାଯାଇଛି। ୟୁନିଟ-୧ ଓ ୟୁନିଟ-୨ ମାର୍କେଟକୁ ସଂଯୋଗ କରୁଥିବା ଭୂତଳ ମାର୍କେଟରେ ଗତକାଲି ବିଳମ୍ବିତ ରାତିରେ ନିଆଁ ଲାଗି ଯାଇଥିଲା। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ମାତ୍ର ତାହା ଏକ ଭୂତଳ ମାର୍କେଟ ହୋଇଥିବାରୁ ପ୍ରବେଶ ପଥ ଓ ପ୍ରସ୍ଥାନ ପଥ ହିଁ ବାଟ ଥିଲା। ଉଭୟ ପଟେ ପ୍ରଖର ବେଗରେ ନିଆଁ ଓ ଧୂଆଁ ବାହାରୁଥିବାରୁ ଅଗ୍ନିଶମ କର୍ମଚାରୀ ପ୍ରାୟ ଘଣ୍ଟାଏ କାଳ ଭିତରେ ପଶି ପାରି ନ ଥିଲେ। ଏହାପରେ ଭେଣ୍ଟିଲେସନ ବାଟକୁ ଭାଙ୍ଗି ଧୂଆଁ ବାହାର କରାଯାଇଥିଲା। ତା’ ପରେ ଅଗ୍ନିଶମ କର୍ମଚାରୀ ଭିତରେ ପଶିଥିଲେ। ସେମାନେ ପ୍ରାୟ ୪ ଘଣ୍ଟା କାଳ ପରିଶ୍ରମ କରିବା ପରେ ନିଆଁକୁ ଆୟତ୍ତ କରିଥିଲେ। ଏହି ଅଗ୍ନିକାଣ୍ଡରେ ୬ କପଡ଼ା ଦୋକାନ ସମ୍ପୂର୍ଣ୍ଣ ଜଳି ଯାଇଥିବା ବେଳେ ବହୁ ଦୋକାନ କ୍ଷତିଗ୍ରସ୍ତ ହୋଇଛି। ଏହି ଅଗ୍ନିକାଣ୍ଡ ଯୋଗୁ ପ୍ରାୟ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳି ଯାଇଛି। ତେବେ ଅଗ୍ନିକାଣ୍ଡର କାରଣ ଜଣାପଡ଼ିନି। ଗତକାଲି ଦୀପାବଳି ଥିବାରୁ ବାଣ ନିଆଁ ପଡ଼ି ଏପରି ଅଗ୍ନିକାଣ୍ଡ ଘଟିଥାଇପାରେ କିମ୍ବା ସର୍ଟସର୍କିଟରୁ ଏପରି ହୋଇଥାଇପାରେ ବୋଲି ଅନୁମାନ କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking