20.1 C
Bhubaneswar
Wednesday, December 17, 2025
Homeଓଡିଶାଯାଜପୁର ଆରଟିଓ ପକ୍ଷ ରୁ ୧ଲକ୍ଷ ୬୦ ହଜାର ଟଙ୍କା ଜୋରିମାନା ଆଦାୟ

ଯାଜପୁର ଆରଟିଓ ପକ୍ଷ ରୁ ୧ଲକ୍ଷ ୬୦ ହଜାର ଟଙ୍କା ଜୋରିମାନା ଆଦାୟ

ଯାଜପୁର : ଯାତ୍ରୀ ବହୀ ବସ ଗୁଡିକ ଯାତ୍ରୀ ମାନଙ୍କ ଠାରୁ ଅଧିକ ଯାତ୍ରୀ ଭଢା ଆଦାୟ କରୁ ଥିବା ଅଭିଯୋଗ ହେବାରୁ ଯାଜପୁର ଆର ଟି ଓ ଅକ୍ସସନ୍ ମୁଡ୍ ରେ ବିଭିନ୍ନ ସ୍ଥାନ ବସ ଗୁଡିକ ଯାଞ୍ଚ ପ୍ରକ୍ରିୟା ଜାରି ରଖିଛନ୍ତି l ଅତ୍ୟଧିକ ଯାତ୍ରୀ ଭଡ଼ା ଅଭିଯୋଗ ହେଲା ପରେ ପରିବହନ ବିଭାଗର ଯାଜପୁର ଆର ଟି ଓ ପକ୍ଷ ରୁ ଯାଜପୁର ସଦର ଥାନ ଗଜିପlଢି ଓ ୨୦ନ ଜାତୀୟ ରାଜ ପଥ ର ଆଲିଆ ଛକ ନିକଟ ରେ ଯାତ୍ରୀ ବାହି ବସ ଗୁଡ଼ିକୁ ଡାକଡି ଯାଞ୍ଚ । ୧ଲକ୍ଷ ୬୦ହଜାର ଟଙ୍କା ଜୋରିମାନା ଆଦାୟ କାରା ଯାଇଚି l ଅତ୍ୟଧିକ ଯାତ୍ରୀ ଭଡ଼ା ଅଭିଯୋଗ ପରେ ପରିବହନ ବିଭା ବେଗର କଡାକଡି ଯାଞ୍ଚ୍ । ଯାଜପୁରରୁ କଟକ, ଭୁବନେଶ୍ୱର ତଥା ରାଜ୍ୟର ବିଭିନ୍ନ ସ୍ଥାନକୁ ଯାଉଥିବା ଯାତ୍ରୀବାହୀ ବସ୍ ଯାତ୍ରୀ ମାନଙ୍କ ଠାରୁ ସରକାରଙ୍କ ପକ୍ଷରୁ ନିର୍ଦ୍ଧାରିତ ଯାତ୍ରୀ ଭଡ଼ା ଠାରୁ ଅତ୍ୟଧିକ ଭଡ଼ା ଆଦାୟ କରୁଥିବା ଅଭିଯୋଗ ପରେ ଯାଜପୁର ଆଞ୍ଚଳିକ ପରିବହନ ଅଧିକାରୀ ନୀଳକଣ୍ଠ ପ୍ରଧାନଙ୍କ ନେତୃତ୍ବରେ ଯାଜପୁର ସଦର ଥାନା ଗଜିପାଢି ଛକ ନିକଟ ରେ ବସ୍ ଗୁଡ଼ିକର ଯାଞ୍ଚ କଡାକଡି କରାଯାଇଛି। ରାଜ୍ୟ ସରକାରଙ୍କ ସଡକ ପରିବହନ କତୃପକ୍ଷଙ୍କ ଦ୍ଵାରା ସାଧାରଣ ବର୍ଗର ସରକାରୀ ଧାର୍ଯ୍ୟ ଭଡ଼ା କି ମି ପିଛା ୮୮ ପଇସା, ଦ୍ରୁତଗାମୀ ବସ୍ ଭଡା କିମି ପିଛା ୯୨ ପଇସା ରହିଛି ।ତଦନୁସାରେ ସାଧାରଣ ବସ୍ ରେ ଯାଜପୁରରୁ କଟକ ଭଡ଼ା ୬୬ ଟଙ୍କା ୯୯ ପଇସା ହେଉଥିବା ବେଳେ ଦ୍ରୁତଗାମୀ ବସ୍ ଭଡା ୬୯ ଟଙ୍କା ୯୨ ପଇସା ନେବା କଥା କିନ୍ତୁ ଏହି ବସ ଗୁଡ଼ିକ ୧୦୦ ରୁ ୧୧୦ ଟଙ୍କା ପର୍ଯ୍ୟନ୍ତ ମନଇଚ୍ଛା ଭଡ଼ା ଆଦାୟ କରୁଛନ୍ତି । ସାଧାରଣ ଯାତ୍ରୀ ମାନଙ୍କଠାରୁ ଜୋର ଯୁଲମ୍ କରି ମନଇଚ୍ଛା ଭଡ଼ା ଆଦାୟ ସହ ଯାତ୍ରୀଙ୍କୁ ଟିକେଟ ଦିଆଯାଉ ନଥିବା ଅଭିଯୋଗ ହେଉଥିଲା। ବିଭିନ୍ନ ଅଭିଯୋଗକୁ ଭିତ୍ତି କରି ଯାଜପୁର ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ଯାଜପୁର ସଦର ଥାନା ଅନ୍ତର୍ଗତ ଗଜିପାଢ଼ି ଛକ ନିକଟରେ ଅଧିକାଂଶ ବସ କୁ ଅଟକାଇ ଯାଞ୍ଚ କରି ଗାଡ଼ିର ଆବଶ୍ୟକୀୟ କାଗଜ ପତ୍ର ସହ ଯାତ୍ରୀମାନଙ୍କୁ ଭଡ଼ା ଓ ଟିକେଟ ସମ୍ପର୍କରେ ପଚରା ଉଚରା କରାଯାଇଥିଲା। ଏହି ଅବସରରେ ଯାଜପୁର ଏମଭିଆଈ ଦୀପକ କୁମାର ସେଠୀଙ୍କ ସମେତ ଟିଆଇ ରଜତ ଶତପଥୀ, ଜୁନିଅର ଏମଭିଆଈ ଏନଫର୍ସମେଣ୍ଟ ପ୍ରଦୀପ କିଶୋର ବେହେରା ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ କାଗଜପତ୍ର ଯାଞ୍ଚ କରିବା ସହ ୮ଟି ବସ ରୁ ପାଖାପାଖି ୭୦ହଜାର ଟଙ୍କା ଜରିମାନା ଆଦାୟ କରିଥିଲେ। ଏଥି ସହ ବସ ଗୁଡ଼ିକ ରେ ରେଟ ଚାର୍ଟ ମାରିବା ପାଇଁ ବସ ମାଲିକ ମାନଙ୍କୁ ପରାମର୍ଶ ଦେବା ସହ ଯାତ୍ରା ସମୟ ରେ କଣ୍ଡକ୍ଟର ଠାରୁ ଟିକେଟ ଗ୍ରହଣ କରିବାକୁ ଯାତ୍ରୀ ମାନଙ୍କୁ ନିବେଦନ କରିଥିଲସେହି ପରି ୨୦ନ ଜାତୀୟ ରାଜପଥ ର ଅଳିଆ ଛକ ନିକଟରେ ବସ ଗୁଡିକ ଯାଞ୍ଚ କରାଯାଇଛି ଓ ୯୦ହଜାର ଟଙ୍କା ଜୋରିମାନା ଆଦାୟ କାରା ଯାଇଚି l

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking