32.1 C
Bhubaneswar
Thursday, March 26, 2026
Homeଦେଶ ବିଦେଶବାହାଘରର କିଛି ଘଣ୍ଟା ପରେ କନିଆଁକୁ ମାରି ବରର ଆତ୍ମହତ୍ୟା

ବାହାଘରର କିଛି ଘଣ୍ଟା ପରେ କନିଆଁକୁ ମାରି ବରର ଆତ୍ମହତ୍ୟା

ବାଙ୍ଗାଲୋର:ପ୍ରିୟ, ପରିଜନଙ୍କ ଉପସ୍ଥିତିରେ ବେଶ୍ ଧୁମ୍ ଧାମରେ ସରିଥିଲା ବାହାଘର। ବର-କନିଆଁ ମଧ୍ୟ ସେମାନଙ୍କ ସହ ହସଖୁସିରେ କଥାବାର୍ତ୍ତା କରୁଥିଲେ। ହେଲେ କିଛି ଘଣ୍ଟା ପରେ ଏକ ବନ୍ଦ ଘରୁ ନବବିବାହିତ ଦମ୍ପତିଙ୍କ ମୃତଦେହ ଉଦ୍ଧା ହୋଇଛି। ସ୍ୱାମୀ, ସ୍ତ୍ରୀକୁ ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିଛନ୍ତି। କର୍ଣ୍ଣାଟକ କୋଲାର ଜିଲ୍ଲାରେ ଘଟିଛି ଏପରି ଘଟଣା।

ସୂଚନା ଅନୁସାରେ, ନବୀନ କୁମାର (୨୭) ଓ ଲିକିତା ଶ୍ରୀ (୧୮)ଙ୍କ ବିବାହ ହୋଇଥିଲା। ଉଭୟ ଅଗଷ୍ଟ ୭ରେ ବିବାହ କରିଥିଲେ। ବାହାଘର ସରିବା ପରେ ଉଭୟ ଅତିଥିଙ୍କ ସହ ବେଶ୍ ହସଖୁସିରେ ମିଳାମିଶା କରୁଥିଲେ। ଉଭୟ ଖୁସି ଥିବା ମଧ୍ୟ ଜଣାପଡୁଥିଲା। ଏହାପରେ ଉଭୟ ଏକ ସମ୍ପର୍କୀୟଙ୍କ ଘରକୁ ଚା’ ପିଇବାକୁ ଯାଇଥିଲେ। ସେଠାରେ ଏକ ରୁମରେ ଥିବା ସମୟରେ ଉଭୟଙ୍କ ମଧ୍ୟରେ କୌଣସି କାରଣକୁ ନେଇ ପାଟିତୁଣ୍ଡ ହୋଇଥିଲା। ଏଥିରେ ଉତ୍ୟକ୍ତ ହୋଇ ନବୀନ ଦାଆରେ ଲିକିତାଙ୍କୁ ଆକ୍ରମଣ କରିବା ପରେ ଆତ୍ମହତ୍ୟା କରିଛନ୍ତି। ଉପସ୍ଥିତ ଲୋକେ କବାଟ ଭାଙ୍ଗିବା ପରେ ଉଭୟଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଦେଖିବାକୁ ପାଇଥିଲେ।

ତୁରନ୍ତ ସେମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ମଧ୍ୟ ଡାକ୍ତର ଲିକିତାଙ୍କୁ ମୃତ ଘୋଷଣା କରିଥିଲେ। ନବୀନଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଅନ୍ୟ ଏକ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ମାତ୍ର ସେଠାରେ ତାଙ୍କର ମୃତ୍ୟୁ ଘଟିଛି। ପୁଲିସ ଏନେଇ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଏଥିସହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରିଛି। ତେବେ କେଉଁ କାରଣକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା, ତାହା ଜଣାପଡି ନାହିଁ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking