ଯାଜପୁର : ଯାଜପୁର ଜିଲ୍ଲାର ବ୍ୟାସନଗର ସହର ଚୋରଦା କହେଁଇପୁର ମୂଖ୍ୟ ରାସ୍ତାର ପୁରୁଣା କୋର୍ଟ ନିକଟରେ ଥିବା ବହୁ ପୁରାତନ ବର୍ଷର ଏକ ବରଗଛରାସ୍ତା ଉପରେ ଉପୁଡି ଛି l ଯାହା ଫଳରେ ଯାତାୟାତ ବାଧାପ୍ରାପ୍ତ ସଙ୍ଗେ 5ଘଣ୍ଟା ଧରି ବିଦ୍ୟୁତ୍ ସରବରାହ ଠପ ହୋଇଛି | ଶୁକ୍ରବାର ଦିନମାନ ବର୍ଷା ଲାଗିରହିଥିଲା ଏହାର ପ୍ରଭାଵରେ ଗଛର ମୂଳ ଦୁର୍ବଳ ହୋଇଯାଇଥିଲା | ରାତି ୮ ଘଟିକା ସମୟରେ ବର୍ଷା ଛାଡିବାପରେ ସାମାନ୍ୟ ପବନ ହୋଇଥିଲା ଯାହାଫଳରେ ବରଗଛଟି ରାସ୍ତା ଉପରେ ଉପୁଡି ପଡିଥିଲା | ଗଛ ଡାଳ ୧୧/ ୩୩ କେଭି ବିଦ୍ୟୁତ ଖୁଣ୍ଟ ଉପରେ ପଡି ସହରରେ ବିଦ୍ୟୁତ ସର୍ବାରହ ବ୍ୟଘାତ ହୋଇଛି | ଖବର ପାଇ ଯାଜପୁରରୋଡ଼ ପୋଲିସ, ଯାଜପୁରରୋଡ଼ ଓ ଦାନଗଦି ଅଗ୍ନିଶମ ବିଭାଗ ଉଦ୍ଧାର କାରି ଦଳ, ବନ ବିଭାଗ ଓ ବିଦ୍ୟୁତ ବିଭାଗ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ | ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇ ଟ୍ରାଫିକଜାମ ହୋଇଥିଲା | ପୋଲିସ ପହଁଚି ଟ୍ରାଫିକ ନିୟନ୍ତ୍ରଣ କରିବା ସହ ଉଦ୍ଧାର କାର୍ଯ୍ୟରେ ସହଯୋଗ କରିଥିଲା | ସୁଚନା ଯୋଗ୍ୟ ଗଛ 2oo ବର୍ଷ ର ଗଛ ବ୍ରିଟିଶ ଶାସନ ସମୟ ରେ ଏହି ଗଛ ମୂଳେ ବ୍ରିଟିଶ କର୍ମଚାରୀ ମାନଙ୍କ ଘୋଡ଼ା ଗାଡ଼ି ବିଶ୍ରାମ ନେଉ ଥିଲେ ବୋଲି ବୟସ୍କ ଲୋକ ମାନଙ୍କ ଲୋକ ମାନଙ୍କ ଥରୁ ଜନ ଶ୍ରୁତି ରହୁଚି l ଉକ୍ତ ସ୍ଥାନରେ ବହୁ ବ୍ୟବସାୟ କେନ୍ଦ୍ର ଥିବାବେଳେ ଗଛ ତଳେ ପରିବା ଦୋକାନୀ ରାତି ପର୍ଯ୍ୟନ୍ତ ବସି ବ୍ୟବସାୟ କରିଥାନ୍ତି | ହେଲେ ସୌଭାଗ୍ୟ ବସତ କାହାର କୌଣସି କ୍ଷତି ହୋଇନଥିବା ଜଣା ପଡିଛି | ଗଛ ଟି ବିପପୂର୍ଣ୍ଣ ଅବସ୍ଥା ରେ ରହି ଥିଲା ପୂର୍ତ୍ତ ବିଭାଗ ର ଦୃଷ୍ଟି ଆଢ଼ୁଆଳରେ ରହି ଯାଇ ଥିଲା ଗଛ ର ସୁରକ୍ଷା ପ୍ରତି ବନ ବିଭାଗ ବା ପୂର୍ତ୍ତବିଭାଗ ପକ୍ଷ ରୁ ପଦ କ୍ଷେପ ନେଇ ନ ଥିଲେ ଦିଘ୍ର ଦିନ ଧରି ବର ଗଛ ବିପପୂର୍ଣ୍ଣ ଭାବ ରେ ରହି ଥିଲା l










