ଭୁବନେଶ୍ୱର: ଭୁବନେଶ୍ୱରରେ ପହଞ୍ଚିବା ପରେ ଗିରଫ ଶଙ୍କର ପୃଷ୍ଟି ପୋଲିସ ଏସଆଇ ନିଯୁକ୍ତି ମାମଲାରେ ଏକ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି । କହିଛନ୍ତି ପୋଲିସ୍ ଏସଆଇ ନିଯୁକ୍ତି କେଳେଙ୍କାରୀରେ ହଜାରେ କୋଟିର ଡିଲ୍ ହୋଇଥିଲା । ବିଜେଡି ଆଡକୁ ଇଙ୍ଗିତ କରି କହିଲେ ପୂର୍ବ ସରକାରରେ ହୋଇଥିଲା ଡିଲ୍ । ଏହା ସହ ସେ କହିଛନ୍ତି ଯେ ସରେଣ୍ଡର କରିନଥିଲେ ସାମ୍ନାକୁ ଆସିନଥାନ୍ତା ଡିଲ୍ । ଷଡଯନ୍ତ୍ରକାରୀଙ୍କ ସବୁ ଗୁମର ଖୋଲିଦେବି । ଷଡଯନ୍ତ୍ରକାରୀଙ୍କ ସବୁ ତଥ୍ୟ ସରକାରଙ୍କୁ ଦେବି । ଏହା ସହ ସେ ଆହୁରି କହିଛନ୍ତି ଯେ ମୁଁ ଲୁଚିନଥିଲି, ଆଇନ ଅନୁଯାୟୀ ସମ୍ମୁଖୀନ ହେଉଥିଲି । ହାଇକୋର୍ଟରେ ଫାଇଲ୍ କରାଯାଇଥିଲା, ସୁପ୍ରିମକୋର୍ଟରେ ଫାଇଲ୍ କରିଥିଲି । ହାଇକୋର୍ଟଙ୍କୁ ଆଗୁଆ ଜାମିନ ମାଗିଥିଲି । ସମୟ ଦେଇଥିଲେ, ଗୋଟିଏ ମାସ ପରେ ଆସି ହାଜର ହୋଇଥାନ୍ତି । ପତ୍ନୀ ଦୀପ୍ତିମୟୀ ସାହୁଙ୍କ ନାଁରେ କୌଣସି କେସ୍ ନାହିଁ । କୋର୍ଟଙ୍କ ଉପରେ ସମ୍ପୂର୍ଣ୍ଣ ଭରସା ରହିଛି ନ୍ୟାୟ ମିଳିବ । ୧୨୪ ଲୋକଙ୍କ ଜନ୍ମ କୁଣ୍ଡଳି ବାହାର କରନ୍ତୁ, କାହା ସହ ସମ୍ପର୍କ ନାହିଁ । ପୋଲିସ ଏସଆଇ ସ୍କାମର ମାଷ୍ଟରମାଇଣ୍ଡ ପ୍ରଶ୍ନକୁ ଏଡାଇ ଗଲେ ଶଙ୍କର ପୃଷ୍ଟି । କହିଲେ ମାଷ୍ଟରମାଇଣ୍ଡ, ସମ୍ପୂର୍ଣ୍ଣ ମିଛ କଥା ।










