18.1 C
Bhubaneswar
Wednesday, February 4, 2026
Homeଓଡିଶାଗୁରୁଙ୍କ ପାଇଁ ଦିନ ଟିଏ

ଗୁରୁଙ୍କ ପାଇଁ ଦିନ ଟିଏ

ଭୁବନେଶ୍ୱର : ଆଜି ପବିତ୍ର ଗୁରୁ ଦିବସ। ଗୁରୁଙ୍କୁ ସମ୍ମାନ ଦେବା ଉଦ୍ଦେଶ୍ୟରେ ସାରା ଦେଶ ପାଳୁଛି ଏହି ଦିନ। ପ୍ରତିବର୍ଷ ସେପ୍ଟେମ୍ବର ୫ ତାରିଖକୁ ଗୁରୁ ଦିବସ ଭାବେ ପାଳନ କରାଯାଏ। ଗୁରୁ ହିଁ ଅଜ୍ଞାନତା ରୂପକ ଅନ୍ଧାରରୁ ଆଲୋକର ମାର୍ଗଦର୍ଶନ କରାଇଥାନ୍ତି। ସେହି ଚିର ନମସ୍ୟ ଗୁରୁଙ୍କ ଆଗରେ ମୁଣ୍ଡ ଆପେ ନଇଁ ଯାଇଥାଏ। ଚାଲନ୍ତୁ ଜାଣିବା ଆଜିର ଦିନକୁ କାହିଁକି ଗୁରୁଦିବସ ଭାବେ ପାଳନ କରାଯାଏ। ଆଜି ହେଉଛି ସେପ୍ଟେମ୍ବର ୫ ତାରିଖ ଯାହାକୁ ଗୁରୁଦିବସ ରୂପେ ପାଳନ କରାଯାଇଥାଏ। ଆଜି ଭଳି ଦିନରେ ଭାରତର ପୂର୍ବତନ ରାଷ୍ଟ୍ରପତି ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନ ଜନ୍ମଗ୍ରହଣ କରିଥିଲେ। ଡକ୍ଟର ରାଧାକ୍ରିଷ୍ଣନ୍ ୫ ସେପ୍ଟେମ୍ବର ୧୮୮୮ ମସିହାରେ ମାଡ୍ରାସ୍ ପ୍ରେସିଡେନ୍ସିରେ ଜନ୍ମଗ୍ରହଣ କରିଥିଲେ। ଜଣେ ପ୍ରଖ୍ୟାତ ଶିକ୍ଷକ ଭାବେ ସେ କଲିକତା ବିଶ୍ୱବିଦ୍ୟାଳୟ ଏବଂ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ପରି ପ୍ରତିଷ୍ଠିତ ଅନୁଷ୍ଠାନରେ ପ୍ରଫେସର ଭାବରେ କାର୍ଯ୍ୟ କରିଥିଲେ। ସେ ଜଣେ ପ୍ରବୀଣ ଲେଖକ ଥିଲେ। ଆମେରିକା ଏବଂ ୟୁରୋପରେ ନିଜର ବକ୍ତୃତା ମାଧ୍ୟମରେ ଭାରତୀୟ ସଂସ୍କୃତିକୁ ଦେଶ ବିଦେଶରେ ସଂଚାର କରିଥିଲେ। ୧୯୬୨ ମସିହାରେ ଡକ୍ଟର ରାଧାକ୍ରିଷ୍ଣନ୍ ଭାରତର ରାଷ୍ଟ୍ରପତି ହୋଇଥିଲେ। ସେପ୍ଟେମ୍ବର 5ରେ ତାଙ୍କ ଜନ୍ମଦିନକୁ ଗୁରୁ ଦିବସ ଭାବେ ପାଳନ କରିବାକୁ ଅନୁରୋଧ କରି କିଛି ଛାତ୍ର ତାଙ୍କୁ ଦେଖା କରିଥିଲେ। ଏହିପରି ସେପ୍ଟେମ୍ବର ୫ ତାରିଖକୁ ଭାରତରେ ଶିକ୍ଷକ ଦିବସ ଭାବରେ ପାଳନ କରାଯିବା ଆରମ୍ଭ ହୋଇଥିଲା। ସାରା ଭାରତରେ ଏହି ଦିନରେ ଛାତ୍ରଛାତ୍ରୀ ମାନେ ଖୁବ ଆଦର ସହକାରେ ନିଜ ଗୁରୁଙ୍କୁ ପୂଜା କରିଥାନ୍ତି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking