32.1 C
Bhubaneswar
Saturday, September 28, 2024
Homeଓଡିଶାବାଲେଶ୍ୱରରେ କୋହଳ ହେଲା କର୍ଫ୍ୟୁ

ବାଲେଶ୍ୱରରେ କୋହଳ ହେଲା କର୍ଫ୍ୟୁ

ବାଲେଶ୍ୱର : ବାଲେଶ୍ୱର ପୌରାଞ୍ଚଳରେ ଆଜି ୬ ଘଣ୍ଟା ପାଇଁ କର୍ଫ୍ୟୁ କୋହଳ କରାଯାଇଛି। ସକାଳ ୬ଟାରୁ ଦିନ ୧୨ଟା ଯାଏ କର୍ଫ୍ୟୁ କୋହଳ ହୋଇଛି। ଏହି ସମୟରେ ଆବଶ୍ୟକ ଜିନିଷପତ୍ର କିଣାକିଣି କରିପାରିବେ ଲୋକେ। କର୍ଫ୍ୟୁ କୋହଳ ନେଇ ‘ଏକ୍ସ’ ଜରିଆରେ ସୂଚନା ଦେଇଛନ୍ତି ଜିଲ୍ଲାପାଳ। ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି କର୍ଫ୍ୟୁ ବଳବତ୍ତର ରହିଛି। ସହରରେ ଇଣ୍ଟରନେଟ୍ ସେବା ବନ୍ଦ ରହିଛି। ଗତକାଲିଠୁ ଲିଜ୍ ଲାଇନରେ ଇଣ୍ଟରନେଟ ସେବା ଯୋଗାଇ ଦିଆଯାଉଥିଲେ ମଧ୍ୟ ମୋବାଇଲ ନେଟୱର୍କରେ ଇଣ୍ଟରନେଟ ସେବା ବନ୍ଦ ରହିଛି। ଆଗାମୀ ପରିସ୍ଥିତିକୁ ଦେଖି ଇଣ୍ଟରନେଟ ଚାଲୁ ହେବ କି ବନ୍ଦ ରହିବ ସେନେଇ ନିଷ୍ପତ୍ତି ନିଆଯିବ। ସୂଚନାଯୋଗ୍ୟ, ସୋମବାର ସହରର ଭୁଜାଖିଆ ପୀର ନିକଟରେ କୌଣସି କାରଣକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଏହାପରେ ସମଗ୍ର ବାଲେଶ୍ୱର ପୌରାଞ୍ଚଳରେ ଅନିର୍ଦ୍ଦିଷ୍ଟ କାଳ ପାଇଁ କର୍ଫ୍ୟୁ ଜାରି କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking