17.1 C
Bhubaneswar
Wednesday, February 11, 2026
Homeଦେଶ ବିଦେଶରାସ୍ତାରେ ବୁଲୁଛନ୍ତି କୁମ୍ଭୀର; ଲୋକେ ଭୟଭୀତ

ରାସ୍ତାରେ ବୁଲୁଛନ୍ତି କୁମ୍ଭୀର; ଲୋକେ ଭୟଭୀତ

ନୂଆଦିଲ୍ଲୀ : ପ୍ରବଳ ବର୍ଷା ଜାରି ରହିଥିବା ‌ବେଳେ ମହାରାଷ୍ଟ୍ରର ଉପକୂଳ ରତ୍ନଗିରି ଜିଲ୍ଲାର ଏକ ରାସ୍ତା ଉପରେ କୁମ୍ଭୀର ଚାଲୁଥିବାର ଦେଖିବାକୁ ମିଳିଛି। ଏହି ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓ ଦେଖି ଭୟ ବି ଲାଗୁଛି। ସାମ୍ନାକୁ ଆସିଥିବା ଭିଡିଓରେ ଦେଖିବାକୁ ମିଳୁଛି, ରାସ୍ତାରେ ଚାଲୁଥିବା ବର୍ଷା ପାଣିରେ କୁମ୍ଭୀର ଯାଉଛି। କୁମ୍ଭୀରକୁ ଏପରି ରାଜରାସ୍ତାରେ ଦେଖି ଲୋକେ ଭୟଭୀତ ହୋଇ ରାସ୍ତାରେ ଯାତାୟାତ ନକରି ଅଟକି ରହିଛନ୍ତି। ଭିଡିଓ ଦେଖି କୁହାଯାଉଛି ସହର ଦେଇ ଶିବ ନଦୀ ଯାଇଛି। ପ୍ରବଳ ବର୍ଷା ହେତୁ ଏହି ନଦୀର ଜଳସ୍ତର ବୃଦ୍ଧି ପାଇଛି। ତେଣୁ କୁମ୍ଭୀର ପାଣି ଭିତରୁ ରାସ୍ତାକୁ ଚାଲି ଆସିଛି। ତେବେ ଏତେ ସମୟ ଧରି କୁମ୍ଭୀର ରାସ୍ତାରେ ବୁଲୁଥିବା ଘଟଣା ସମ୍ପର୍କ‌ରେ ବନବିଭାଗ କେମିତି ଜାଣି ପାରିଲେ ନାହିଁ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କାରରେ ଯାଉଥିବା ଜଣେ ଯାତ୍ରୀ ଏହି ସମୟର ଦୃଶ୍ୟକୁ କ୍ୟାମେରାରେ କଏଦ କରିଥି‌ଲେ। ଏହାକୁ ସୋସିଆଲ ମିଡିଆରେ ପୋଷ୍ଟ କରିବା ପରେ ତାହା ଭାଇରାଲ ହୋଇଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking