27.1 C
Bhubaneswar
Sunday, June 22, 2025
Homeଓଡିଶାଇଞ୍ଜିନିୟରଙ୍କ ଠାରୁ ୨ ଲକ୍ଷ ଠକି ନେଲେ ଦୁର୍ବୃତ୍ତ

ଇଞ୍ଜିନିୟରଙ୍କ ଠାରୁ ୨ ଲକ୍ଷ ଠକି ନେଲେ ଦୁର୍ବୃତ୍ତ

ଭୁବନେଶ୍ୱର: ସିଏମ୍‌ଓ ଅଫିସ ନାଁ କହି ଠକେଇ, ଇଞ୍ଜିନିୟରଙ୍କଠାରୁ ୨ ଲକ୍ଷ ଠକିନେଲେ ଦୁର୍ବୃତ୍ତ । ଦାଦାବଟିର ଶିକାର ହୋଇଛନ୍ତି ଅଧୀକ୍ଷଣ ଯନ୍ତ୍ରୀ ପ୍ରତାପ କୁମାର ହରିପାଲ । କିଛି ଦିନ ତଳେ ଜଣେ ଯୁବକ ତାଙ୍କୁ ଫୋନ କରି ମୁଁ ସିଏମ ଅଫିସରୁ କହୁଥିଲି, ଦୁଇ ଲକ୍ଷ ଟଙ୍କା ନଦେଲେ ମାଲକାନଗିରି ପଠାଇଦେବି ବୋଲି ଧମକ ଦେଇଥିଲେ । ଜଣେ ଅଧିକ୍ଷଣ ଯନ୍ତ୍ରୀଙ୍କୁ ଏଭଳି ଢଙ୍ଗରେ ଧମକ ଦେଇ ୨ ଲକ୍ଷ ଟଙ୍କା ଲୁଟି ନେଇଛି ଧୂର୍ତ୍ତ । ଦୁଇ ଲକ୍ଷ ନେବା ପରେ ମଧ୍ୟ ଡରାଇ ଧମକାଇ ଆହୁରି ୫ ଲକ୍ଷ ଟଙ୍କା ମାଗୁଛି । ଦାଦା ବଟିର ଶିକାର ହୋଇଥିବା ଅଧିକ୍ଷଣ ଯନ୍ତ୍ରୀ ପ୍ରତାପ କୁମାର ହରିପାଲ ଏୟାରଫିଲ୍ଡ ଥାନାର ଦ୍ୱାରସ୍ଥ ହୋଇଛନ୍ତି । ପ୍ରତାପ କୁମାର ହରିପାଲ ଅନୁଗୁଳ ରାସ୍ତା ଓ କୋଠାବାଡ଼ି ଡିଭିଜନର ଅଧିକ୍ଷଣ ଯନ୍ତ୍ରୀ ଭାବେ କାମ କରୁଛନ୍ତି । ପ୍ରାୟ ଏକମାସ ପୂର୍ବେ ଜାନକୀବଲ୍ଲଭ ମହାପାତ୍ର ନାମକ ଜଣେ ବ୍ୟକ୍ତି ତାଙ୍କୁ କଲ୍ କରିଥିଲା ।

ନିଜକୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର କର୍ମଚାରୀ ବୋଲି ପରିଚୟ ଦେବା ସହିତ ମାଲକାନଗିରି ବଦଳି କରିଦେବ ବୋଲି ଧମକ ଦେଇଥିଲା । ବଦଳି ରୋକିବାକୁ ହେଲେ ଦୁଇ ଲକ୍ଷ ଟଙ୍କା ଦେବାକୁ ପଡ଼ିବ ବୋଲି କହିଥିଲା । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଫୋନ୍ ଆସିଥିବାରୁ ପ୍ରତାପ ଭୟରେ ଆଉ କୈାଣସି ଉପାୟ ନପାଇ ତା\’ କଥାରେ ରାଜି ହୋଇ ଯାଇଥିଲେ । ଜାନକୀ କହିବା ମୁତାବକ ପ୍ରତାପ ତା\’ର ଭିମଟାଙ୍ଗୀ ସ୍ଥିତ ଘରକୁ ଆସି ୨ ଲକ୍ଷ ଟଙ୍କା ଦେଇଥିଲେ । ହେଲେ ଏହାପରେ ମଧ୍ୟ ଜାନକୀର ଆତଙ୍କ ଥମି ନଥିଲା । ସେ ପୁଣିଥରେ ଫୋନ୍ କରି ଆହୁରି ୫ ଲକ୍ଷ ଟଙ୍କା ମାଗିଥିଲା । ପ୍ରତାପ ଅରାଜି ହେବାରୁ ଜାନକୀ ଗାଳିଗୁଲଜ କରିବା ସହିତ ଜୀବନରେ ମାରିଦେବାକୁ ଧମକ ଦେଇଥିଲା । ଶେଷରେ ପ୍ରତାପ କୌଣସି ଉପାୟ ନପାଇ ଏୟାରଫିଲ୍ଡ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପୋଲିସ ତାଙ୍କ ଅଭିଯୋଗ ଆଧାରରେ କେସ୍ ନଂ-୨୦୧/୨୫ରେ ଏକ ମାମଲା ରୁଜୁ କରି ତଦନ୍ତ କରୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking