28.1 C
Bhubaneswar
Thursday, March 12, 2026
Homeଓଡିଶାଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଖଣ୍ଡାରେ ହାଣିଲେ ଦୁର୍ବୃତ୍ତ

ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଖଣ୍ଡାରେ ହାଣିଲେ ଦୁର୍ବୃତ୍ତ

ବ୍ରହ୍ମପୁର: ବ୍ରହ୍ମପୁର ବଡ଼ବଜାର ଥାନା ଶ୍ରୀରାମନଗର ନିକଟ ଗଙ୍ଗାଧରନଗର ଠାରେ ଜଣେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଖଣ୍ଡାରେ ହାଣିଛନ୍ତି ଦୁର୍ବୃତ୍ତ । ଏଥିରେ ବାଲାଜୀପେଣ୍ଠ ସାହିର ସୂର୍ଯ୍ୟନାରାୟଣ ବେହେରା ଓରଫ୍‌ ପିଣ୍ଟୁ ଗୁରୁତର ଆହତ ହୋଇଛନ୍ତି । ତାଙ୍କର ବାମ ହାତରେ ଖଣ୍ଡା ଚୋଟ ପଡ଼ିଛି । ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଏମ୍‌କେସିଜି ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏଭଳି ଆକ୍ରମଣ ହୋଇଥିବା କୁହାଯାଉଛି । ଗତକାଲି ପିଣ୍ଟୁ ଗଙ୍ଗାଧରନଗରକୁ ଯାଇଥିବାବେଳେ କିଛି ଯୁବକ ତାଙ୍କ ସହିତ କୌଣସି କାରଣକୁ କେନ୍ଦ୍ର କରି ଝଗଡ଼ା କରିଥିଲେ । ପିଣ୍ଟୁ ଏହାର ପ୍ରତିବାଦ କରିବାରୁ ଯୁବକମାନେ ଉତ୍ୟକ୍ତ ହୋଇ ତାଙ୍କୁ ଖଣ୍ଡାରେ ଆକ୍ରମଣ କରିଥିଲେ । ପିଣ୍ଟୁ ଧାଇଁ ପଳାଇବାକୁ ଚେଷ୍ଟା କରୁଥିବା ବେଳେ ଦୁର୍ବୃତ୍ତମାନେ ତାଙ୍କୁ ଗୋଡ଼ାଇ ଖଣ୍ଡାରେ ହାଣି ଚମ୍ପଟ ମାରିଥିଲେ । ତାଙ୍କର ହାତରେ ଏକାଧିକ ଖଣ୍ଡା ଚୋଟ ପଡ଼ିଛି । ବଡ଼ବଜାର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏହା ସହିତ ଏମ୍‌କେସିଜିରେ ଗୁରୁତର ଆହତ ପିଣ୍ଟୁଙ୍କ ବୟାନ୍‌ ରେକର୍ଡ କରିଛି ଏବଂ ଦୁର୍ବୃତ୍ତଙ୍କୁ ଧରିବା ପାଇଁ ତଦନ୍ତ ଚଳାଇଛି ପୁଲିସ ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking