19.1 C
Bhubaneswar
Friday, December 26, 2025
Homeଓଡିଶାଗାଡି ଧକ୍କାରେ ଦମ୍ପତି ମୃତ

ଗାଡି ଧକ୍କାରେ ଦମ୍ପତି ମୃତ

ବନେଶ୍ୱର : ସବୁ ଦିନ ପରି ନିଜ ବିଲକୁ ଯାଉଥିବା ଦମ୍ପତିଙ୍କୁ ପିଟିଦେଲା ଅଜଣା ଗାଡ଼ି । ଫଳରେ ଘଟଣାସ୍ଥଳରେ ଦମ୍ପତିଙ୍କ ସମେତ ତାଙ୍କର ଏକ ବଳଦର ବି ମୃତ୍ୟୁ ହୋଇଛି। ଏପରି ଏକ ମର୍ମନ୍ତୁଦ ଦୁର୍ଘଟଣା ଆଜି ସକାଳୁ ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ପତ୍ରାପାଲି ଛକ ନିକଟରେ ଘଟିଛି।ମୃତକଦ୍ୱୟ ହେଲେ ପତ୍ରାପାଲି ଗ୍ରାମର ଗମ୍ଭୀର ରଣା ଓ ତାଙ୍କ ସ୍ତ୍ରୀ ଗୀତା ରଣା । ଉଭୟ ଆଜି ବଡିଭୋରରୁ ନିଜର ଦୁଇ ବଳଦ ସହ ଜାତୀୟ ରାଜପଥ ଦେଇ ଗାଁ ପାଖ ଘଣ୍ଟବାହାଲି ଗ୍ରାମରେ ଥିବା ନିଜ କ୍ଷେତକୁ ଧାନ ବୁଣିବାକୁ ଯାଉଥିଲେ। ମାତ୍ର ପତ୍ରାପାଲି ଛକ ନିକଟରେ ଏକ ଅଜଣା ଗାଡ଼ି ଉଭୟଙ୍କୁ ଧକ୍କା ଦେଇ ଚାଲିଯାଇଥିଲା। ଫଳରେ ଘଟଣାସ୍ଥଳରେ ପତିପତ୍ନୀଙ୍କ ସମେତ ତାଙ୍କର ଏକ ବଳଦର ମୃତ୍ୟୁ ହୋଇଥିଲା।ଖବର ପାଇ ଉତ୍ତ୍ୟକ୍ତ ଗ୍ରାମବାସୀ ଦୁର୍ଘଟଣା ଘଟାଇଥିବା ଗାଡ଼ିକୁ ଜବତ ସହ ମୃତକଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ ଦାବିରେ ଜାତୀୟ ରାଜପଥକୁ ସମ୍ପୂର୍ଣ୍ଣ ଅବରୋଧ କରି ରଖିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking