24.1 C
Bhubaneswar
Monday, March 23, 2026
Homeଓଡିଶାମୁଣ୍ଡରେ ନଡ଼ିଆ ପଡି ଚାଲିଗଲା ଶିଶୁକନ୍ୟାର ଜୀବନ

ମୁଣ୍ଡରେ ନଡ଼ିଆ ପଡି ଚାଲିଗଲା ଶିଶୁକନ୍ୟାର ଜୀବନ

ଆଠମଲ୍ଲିକ : ଆଠମଲ୍ଲିକ ବ୍ଲକ ପେଡିପଥର ପଞ୍ଚାୟତରେ ଘଟିଛି ଅଭାବନୀୟ ଘଟଣା। ମୁଣ୍ଡରେ ନଡ଼ିଆ ପଡି ଚାଲିଗଲା ଶିଶୁକନ୍ୟାର ଜୀବନ । ଅର୍ଜୁନଧରା ଗାଁର କୁନା ପ୍ରଧାନଙ୍କ ୮ ମାସର ଶିଶୁକନ୍ୟା ଖୁସି ମୃତ। ସୂଚନା ଅନୁଯାୟୀ, କୁନାଙ୍କ ପତ୍ନୀ ଶିଶୁକନ୍ୟାକୁ ନେଇ ବାପଘର ମଇମୁରା ଯାଇଥିଲେ। ସକାଳ ପ୍ରାୟ ୬ଟା ବେଳେ ଶିଶୁକନ୍ୟାକୁ କାଖେଇ ବାଡ଼ିପଟ ନଡ଼ିଆ ଗଛ ମୂଳକୁ ଯାଇଥିଲେ ସେ। ଏହି ସମୟରେ ଏକ ଶୁଖିଲା ନଡ଼ିଆ ଖସି ଶିଶୁର ମୁଣ୍ଡରେ ପଡ଼ିଥିଲା । ଗୁରୁତର ଅବସ୍ଥାରେ ତାକୁ ଆଠମଲ୍ଲିକ ମେଡିକାଲ ନିଆ ଯାଇଥିଲା। ହେଲେ ଅବସ୍ଥାରେ ପରିବର୍ତନ ନ ହେବାରୁ ଶିଶୁନ୍ୟାକୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣା ଯାଇଥିଲା। ଏଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking