27.1 C
Bhubaneswar
Sunday, February 22, 2026
Homeଓଡିଶାରାଜରାସ୍ତାରେ ହୁତୁହୁତୁ ହୋଇ ଜଳିଗଲା ଚଳନ୍ତା କାର

ରାଜରାସ୍ତାରେ ହୁତୁହୁତୁ ହୋଇ ଜଳିଗଲା ଚଳନ୍ତା କାର

ଭୁବନେଶ୍ୱର : ପୁରୀ ଭୁବନେଶ୍ୱର  ଜାତୀୟ ରାଜପଥର କଳ୍ପନା  ପାନ୍ଥନିବାସ ନିକଟରେ ଏଭଳି ଘଟଣା ଘଟିଛି । ରାଜଧାନୀର ରାଜ ରାସ୍ତାରେ କାରଟିରେ ନିଆଁ ଲାଗି ହୁତୁହୁତୁ ହୋଇ ଜଳିଯାଇଛି । ହେଲେ ଅଳ୍ପକେ ବର୍ତ୍ତିଯାଇଛନ୍ତି   ରାଜ୍ୟ ସରକାରଙ୍କ ସୂଚନା କମିଶନଙକ୍ ରେଜିଷ୍ଟ୍ରାର ଓ ତାଙ୍କ ଡ୍ରାଇଭର ।  ଆଜି ସକାଳେ ରେଜିଷ୍ଟ୍ରାର ଓ ଡ୍ରାଇଭର କୌଣସି କାମରେ ଯାଉଥିବା ବେଳେ କଳ୍ପନା ପାନ୍ଥନିବାସ ନିକଟରେ କାର୍‌ରେ ନିଆଁ ଲାଗିଯାଇଥିଲା। ନିଆଁ ଲାଗିଥିବା ଦେଖି ଡ୍ରାଇଭର ଓ ରେଜିଷ୍ଟ୍ରାର କାରରୁ ଓହ୍ଲାଇ ପଡ଼ିଥିଲେ। ପରେ କାର୍‌ଟି ରାସ୍ତା ମଝିରେ ହୁତୁହୁତୁ ହୋଇ ଜଳିଯାଇଥିଲା। ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ତେବେ କାର୍‌ରେ କିପରି ନିଆଁ ଲାଗିଲା, ତାହା ଜଣାପଡ଼ିନାହିଁ। ସର୍ଟ ସିର୍କିଟରୁ ଏହି ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking