35.1 C
Bhubaneswar
Sunday, April 5, 2026
Homeଅପରାଧସମାଜସେବୀଙ୍କୁ ନିର୍ମମ ହତ୍ୟା

ସମାଜସେବୀଙ୍କୁ ନିର୍ମମ ହତ୍ୟା

ଜଗତସିଂପୁର : ସମାଜସେବୀଙ୍କୁ ନିର୍ମମ ଭାବେ ହତ୍ୟା । ଜଗତସିଂପୁର ଜିଲ୍ଲା କୁଜଙ୍ଗ ଥାନା ଅନ୍ତର୍ଗତ ଗଣ୍ଡକିପୁର ପଞ୍ଚାୟତ କାବଲପୁର ଗ୍ରାମରେ ଘଟିଛି ଏଭଳି ହତ୍ୟାକାଣ୍ଡ। ସୂଚନା ଅନୁସାରେ, କୁଜଙ୍ଗ ଥାନା ଅନ୍ତର୍ଗତ ଗଣ୍ଡକିପୁର ପଞ୍ଚାୟତ କାବଲପୁର ଗ୍ରାମର ଦୀନବନ୍ଧୁ ସାମଲ ରାସ୍ତାରେ ଚାଲିଚାଲି ଯିବା ସମୟରେ ତପନ ମାଝୀ ନାମକ ଜଣେ ବ୍ୟକ୍ତି ମାରଣାସ୍ତ୍ରରେ ତାଙ୍କ ମୁଣ୍ଡ ପଛପଟରୁ ଅତର୍କିତ ଭାବେ ଆକ୍ରମଣ କରିଥିଲା। ଆକ୍ରମଣର ଶିକାର ହେଲା ପରେ ଦୀନବନ୍ଧୁ ଘଟଣାସ୍ଥଳରେ ଅଚେତ୍ ହୋଇ ପଡିଯାଇଥିଲେ। ପଡ଼ୋଶୀ ଓ ପରିବାର ଲୋକେ ତାଙ୍କୁ ଉଦ୍ଧାର କରିଥିଲେ। ତାଙ୍କୁ ତୁରନ୍ତ କୁଜଙ୍ଗ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। କିନ୍ତୁ ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ମୃତ ଦୀନବନ୍ଧୁଙ୍କ ପରିବାର ପକ୍ଷରୁ ଭାଇ ଗୌରାଙ୍ଗ ସାମଲ ସ୍ଥାନୀୟ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ଆଧାରରେ ଥାନା ଅଧିକାରୀ ରଶ୍ମି ରଞ୍ଜନ ଦାସ ତପନ ମାଝୀକୁ ଗିରଫ କରିବା ସହ ଅଧିକ ତଦନ୍ତ ଜାରି ରଖିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking