21.1 C
Bhubaneswar
Saturday, February 14, 2026
Homeଅପରାଧଯୁବକଙ୍କୁ ହାଣି ନିର୍ମମ ହତ୍ୟା

ଯୁବକଙ୍କୁ ହାଣି ନିର୍ମମ ହତ୍ୟା

ରାଉରକେଲା : ନୂଆଗାଁ ବ୍ଲକ ଅନ୍ତର୍ଗତ ପିତାଲ ବଡାଇକରେ ଘଟିଛି ହତ୍ୟାକାଣ୍ଡ । ଘରେ ଶୋଇଥିବାବେଳେ ଯୁବକଙ୍କୁ ହାଣି ନିର୍ମମ ହତ୍ୟା। ମୃତକ ଯୁବକ ଜଣଙ୍କ ହେଲେ ପିତାଲ ବଡାଇକ ବସ୍ତିର ବିଜୟ ବଡାଇକ। ମିଳିଥିବା ସୂଚନା ମୁତାବକ ବଡାଇକ ବସ୍ତିରେ ଜୟପାଲ ବଡାଇକ, ପତ୍ନୀ ଓ ତାଙ୍କର ଏକମାତ୍ର ପୁଅ ବିଜୟଙ୍କ ରହନ୍ତି। ପରିବାର ପ୍ରତିପୋଷଣ ପାଇଁ ଗତ ୮ ଦିନ ପୂର୍ବରୁ ଜୟପାଲ କାମ କରିବାକୁ ଘରୁ ତାମିଲନାଡୁ ବାହାରି ଯାଇଥିଲେ। ଘରେ ବିଜୟ ଓ ତାଙ୍କ ମା’ ରହୁଥିଲେ। ବିଜୟ ଘରୋଇ ବସ୍‌ରେ ଖଲାସି କାମ କରୁଥିଲେ। କିଛିଦିନ ପୂର୍ବରୁ ସେ କାମ ଛାଡି ଗାଁ ବିଭିନ୍ନ କାମ କରୁଥିଲେ। ଗତକାଲି ବିଳମ୍ବିତ ରାତିରେ ଉଭୟ ମା’ ଓ ପୁଅ ଖାଇବା ପରେ ନିଜ ନିଜ ଘରକୁ ଶୋଇବାକୁ ଯାଇଥିଲେ। ଆଜି ସକାଳୁ ମା’ ପୁଅ ବିଜୟ ‌ଶୋଇଥିବା ଖଟତଳେ ରକ୍ତ ପଡ଼ିଥିବା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଗାଁ ଲୋକଙ୍କୁ ଚିତ୍କାର କରି ଡାକିଥିଲେ। ପଡୋଶୀମାନେ ପହଞ୍ଚି ବିଜୟକୁ ହତ୍ୟା କରାଯାଇଥିବା ଦେଖି ବିଶ୍ରା ଥାନାକୁ ସୂଚନା ଦେଇଥିଲେ। ପୁଲିସ ସଦଳବଳେ ପହଞ୍ଚି ବିଜୟ ଶବ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ। ପୁଲିସ ଘଟଣାର ତଦନ୍ତ ଚଳାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking