26.1 C
Bhubaneswar
Friday, March 27, 2026
Homeଓଡିଶାଭେନୁଗୋପାଳଙ୍କୁ ବିପୁଳ ସ୍ବାଗତ

ଭେନୁଗୋପାଳଙ୍କୁ ବିପୁଳ ସ୍ବାଗତ

ଭୁବନେଶ୍ୱର:ସଂସଦର ପବ୍ଲିକ ଆକାଉଣ୍ଟ କମିଟିର ଅଧ୍ୟକ୍ଷ କେ ସି ଭେନୁଗୋପାଳଙ୍କ ନେତୃତ୍ୱରେ ଏକ ଷ୍ଟାଣ୍ଡିଙ୍ଗ କମିଟି ଓଡ଼ିଶାକୁ ୩ ଦିନିଆ ଗସ୍ତରେ ଆସି ଶୁକ୍ରବାର ସନ୍ଧ୍ୟାରେ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ପୁରୀରେ ହେବାକୁ ଥିବା ସରକାରୀ ସମୀକ୍ଷା କାର୍ଯ୍ୟକ୍ରମ ଶେଷ କରି ଏଆଇସିସି ସାଧାରଣ ସମ୍ପାଦକ (ସଂଗଠନ) ଶ୍ରୀ କେ ସି ଭେନୁଗୋପାଳ ଭୁବନେଶ୍ୱର ସ୍ଥିତ ପ୍ରଦେଶ କଂଗ୍ରେସ କମିଟିର ମୁଖ୍ୟ କାର୍ଯ୍ୟାଳୟ କଂଗ୍ରେସ ଭବନ କୁ ୧୪ ସେପ୍ଟେମ୍ବର ରବିବାର ଅପରାହ୍ନ ୨ଟା ୩୦ରେ ଆସି ପ୍ରଥମେ ରାଜନୈତିକ ବ୍ୟାପାର କମିଟି ଓ ପରେ ପିସିସି କର୍ମକର୍ତ୍ତା, ସୃଜନ ପର୍ଯ୍ୟବେକ୍ଷକ , ଛାମୁଆ ସଂଗଠନ, ବିଭାଗ ଓ ପ୍ରକୋଷ୍ଠର ମୁଖ୍ୟାମାନଙ୍କୁ ଉଦବୋଧନ ଦେବେ। ସୂଚନାଯୋଗ୍ୟ ଏଆଇସିସିର ଓଡ଼ିଶା ପ୍ରଭାରୀ ଅଜୟ କୁମାର ଲଲ୍ଲୁଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ପିଏସି ବୈଠକରେ ସାଂସଦ ଓ ସମସ୍ତ ବିଧାୟକ ମଧ୍ୟ ଯୋଗଦେବେ। ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ଅଧ୍ୟକ୍ଷତାରେ ପରବର୍ତ୍ତୀ ବୈଠକରେ ସମସ୍ତ କର୍ମକର୍ତ୍ତା, ସମସ୍ତ ଛାମୁଆ ସଂଗଠନ – ବିଭାଗ – ପ୍ରକୋଷ୍ଠର ମୁଖ୍ୟ ତଥା ସଦ୍ୟ ଅନୁଷ୍ଠିତ ସଂଗଠନ ସୃଜନ ଅଭିଯାନରେ ନିୟୋଜିତ ପ୍ରତି ଜିଲ୍ଲାର ୩ ପିସିସି ପର୍ଯ୍ୟବେକ୍ଷକ ଯୋଗଦେବେ।

କୋଲକତା ଠାରେ ଅନୁରୂପ ସରକାରୀ ସମୀକ୍ଷା କାର୍ଯ୍ୟକ୍ରମ ଶେଷ କରି ଶ୍ରୀ ବେଣୁଗୋପାଳ ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିବା ପରେ ପିସିସି ସଭାପତି ଶ୍ରୀଦାସ ଓ ଓଡ଼ିଶା ପ୍ରଭାରୀ ଶ୍ରୀ ଲଲ୍ଲୁ ପୁଷ୍ପଗୁଛ ଓ ଉତ୍ତରୀୟ ଦେଇ ସ୍ବାଗତ କରିଥିଲେ। ଅନୁରୂପ ଭାବେ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ୍, ବିଧାୟକ ରମେଶ ଜେନା, ବରିଷ୍ଟ କଂଗ୍ରେସ ନେତା ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ଶରତ ପଟ୍ଟନାୟକ, ସିଦ୍ଧାର୍ଥ ସ୍ୱରୂପ ଦାଶ, ଦେବାଶିଷ ପଟ୍ଟନାୟକ, ମିନାକ୍ଷୀ ବାହିନୀପତି ବାହିନୀପତି, ଅରବିନ୍ଦ ଦାସ, ବିଶ୍ୱଜିତ୍ ଦାଶ, ୟାଶିର ନାୱାଜ୍, ରାଜୀବ ପଟ୍ଟନାୟକ, ପ୍ରଦୀପ ମହାପାତ୍ର, ରଜନୀ ମହାନ୍ତି, ଅଜୟ ମହାପାତ୍ର, ଦୀପକ ମହାପାତ୍ର, ଅଜୟ ସାହୁ, ମହମ୍ମଦ ଗୁଲଫାମ, ଆଲୋକ ଦାଶ, ବଳରାମ ନନ୍ଦ, ସୁରଜ୍ ରାଉତ୍, ଜଗଦୀଶ ଗଜେନ୍ଦ୍ର, ଅମରେଶ ପରିଡ଼ା, ଶ୍ରୀୟାସ୍ମିତା ପଣ୍ଡା ପ୍ରମୁଖ ମଧ୍ୟ ସ୍ବାଗତ କରିଥିଲେ। ରାଜ୍ୟ ଯୁବ କଂଗ୍ରେସ ସଭାପତି ରଞ୍ଜିତ ପାତ୍ରଙ୍କ ନେତୃତ୍ବରେ ବହୁ ସଂଖ୍ୟାରେ ଯୁବ କଂଗ୍ରେସ କର୍ମୀମାନେ ଏକ ମୋଟର ସାଇକେଲ ଶୋଭାଯାତ୍ରାରେ ପାଛୋଟି ନେଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking