24.1 C
Bhubaneswar
Wednesday, January 15, 2025
Homeଦେଶ ବିଦେଶଦିଲ୍ଲୀ ସରକାରଙ୍କୁ ବଡ଼ ଝଟ୍‌କା

ଦିଲ୍ଲୀ ସରକାରଙ୍କୁ ବଡ଼ ଝଟ୍‌କା

ନୂଆଦିଲ୍ଲୀ : ସୁପ୍ରିମକୋର୍ଟ ଦିଲ୍ଲୀର ଲେଫ୍ଟନାଣ୍ଟ ଗଭର୍ନର (ଏଲଜି)ଙ୍କ ଦିଲ୍ଲୀର ମ୍ୟୁନିସିପାଲିଟି କର୍ପୋରେଶନ (ଏମ୍‌ସିଡି)ରେ ୧୦ ଜଣ ‘ଆଲର୍ଡମ୍ୟାନ’ ବା ମନୋନୀତ କାଉନସିଲରଙ୍କୁ ମନୋନୀତ କରିବା ନିଷ୍ପତ୍ତିକୁ ସମର୍ଥନ କରିଛନ୍ତି । କୋର୍ଟ ସ୍ପଷ୍ଟ କରିଛନ୍ତି ଯେ, ଏମ୍‌ସିଡିରେ କାଉନସିଲରଙ୍କୁ ମନୋନୀତ କରିବାର ଅଧିକାର ଏଲ୍‌.ଜି. ଏଥିପାଇଁ ଦିଲ୍ଲୀ ସରକାରଙ୍କ ସହମତି ଆବଶ୍ୟକ ନୁହେଁ । ସୁପ୍ରିମକୋର୍ଟ କହିଛନ୍ତି, ଦିଲ୍ଲୀର ଲେଫ୍ଟନାଣ୍ଟ ଗଭର୍ନର ସରକାରଙ୍କ ପରାମର୍ଶ ବିନା ଏମ୍‌ସିଡିରେ ୧୦ ଜଣ ମନୋନୀତ କାଉନସିଲର ନିଯୁକ୍ତ କରିପାରିବେ ।

ଦେଶର ସର୍ବୋଚ୍ଚ ଅଦାଲତଙ୍କ ନିଷ୍ପତ୍ତିକୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲଙ୍କ ଆମ୍ ଆଦ୍‌ମୀ ପାର୍ଟି ସରକାର ପାଇଁ ଏକ ବଡ଼ ଝଟ୍‌କା ବୋଲି କୁହାଯାଉଛି । ମନୋନୀତ କାଉନସିଲର ନିଯୁକ୍ତିକୁ ନେଇ ଦୀର୍ଘ ସମୟ ଧରି ବିବାଦ ଲାଗି ରହିଥିଲା । ଏହି କାରଣରୁ ଏମ୍‌ସିଡିରେ ଷ୍ଟାଣ୍ଡିଂ କମିଟିର ନିର୍ବାଚନ ମଧ୍ୟ ବନ୍ଦ ହୋଇଯାଇଥିଲା, କାରଣ ମନୋନୀତ କାଉନସିଲରମାନେ ମଧ୍ୟ ଏଥିରେ ଭୋଟ୍ ଦେଇଥିଲେ । ଏଏପିର ୧୩୪ ଏବଂ ଭାଜପାରେ ଏମ୍‌ସିଡିରେ ୧୦୪ ନିର୍ବାଚିତ କାଉନସିଲର ଅଛନ୍ତି । ଏହା ବ୍ୟତୀତ ଏମ୍‌ସିଡିରେ ୧ହ ଜଣ ମନୋନୀତ କାଉନସିଲରଙ୍କୁ ମଧ୍ୟ ନିଯୁକ୍ତ କରାଯାଇଛି, ଯାହାକୁ ଲେଫ୍ଟନାଣ୍ଟ ଗଭର୍ନର ବିନୟ କୁମାର ସାକ୍ସେନା ନିଯୁକ୍ତ କରିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking