32.1 C
Bhubaneswar
Thursday, February 12, 2026
Homeଅପରାଧଟଙ୍କା ପାଇଁ ଶଳାକୁ ମାରିଲା ଭିଣେଇ

ଟଙ୍କା ପାଇଁ ଶଳାକୁ ମାରିଲା ଭିଣେଇ

ଗୋଳନ୍ଥରା : ଶଳାକୁ ମାରିଲା ଭିଣେଇ । ମାତ୍ର ୫ ହଜାର ଟଙ୍କା ପାଇଁ ଘଟିଛି ଏଭଳି ଜଘନ୍ୟ ହତ୍ୟାକାଣ୍ଡ। ଶଳାକୁ ଅତି ନିର୍ମମ ଭାବେ ଲୁହା ରଡରେ ହତ୍ୟା କଲା ଭିଣେଇ। ଏଭଳି ଅଭାବନୀୟ ଘଟଣା ଗୋଳନ୍ଥରା ଚଟି ଛକଠାରେ ଘଟିଛି। ତେବେ ମୃତ ବ୍ୟକ୍ତି ଜଣଙ୍କ ମାଣିକପୁର ଗ୍ରାମର ବି ନାରସିମୁଲୁ ପାତ୍ର ବୋଲି ଜଣାପଡିଛି। ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ପରେ ଘଟଣା ତଦନ୍ତ ଜାରି ରଖିଛନ୍ତି। ସୂଚନା ଅନୁସାରେ, ମାଣିକପୁର ଗ୍ରାମର ନାରସିମୁଲୁ ଗୋଳନ୍ଥରା ଚଟି ଗ୍ରାମ ନିବାସୀ ଡ଼ି.ଚେଲପତିଙ୍କୁ ଗତ ପାଞ୍ଚ ବର୍ଷ ତଳେ ୫ ହଜାର ଟଙ୍କା ଧାର ଦେଇଥିଲେ। କିଛି ମାସ ପରେ ମୃତକ ନାରସିମୁଲୁ ଭିଣୋଇଙ୍କୁ ଧାର ଟଙ୍କା ମାଗିଥିଲେ କିନ୍ତୁ ସେ ପଇସା ଦେବେ ନାହିଁ ବୋଲି କହିଥିଲେ। ଫଳରେ ଅଭିଯୁକ୍ତ ଜଣଙ୍କ ଉତ୍ୟକ୍ତ ହୋଇପଡିଥିଲେ। ଏହାପରେ ଶଳା ନାରସିମୁଲୁ ଭିଣୋଇ ଘରକୁ ଆସି ଧାର ଟଙ୍କା ମାଗିଥିଲେ। ଏହି ସମୟରେ ଉଭୟଙ୍କ ମଧ୍ୟରେ ଯୁକ୍ତି ତର୍କ ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ଚେଲପତି ସ୍ତ୍ରୀକୁ ଗାଳି ଗୁଲଜ କରିଥିଲେ। ଏହାକୁ ଶଳା ନାରସିମୁଲୁ ପ୍ରତିରୋଧ କରିଥିଲେ। ଫଳରେ ରାଗରେ ଏକ ଲୁହା ପାଇପରେ ଶଳାର ମୁଣ୍ଡ ପଛ ପଟକୁ ଆକ୍ରମଣ କରି ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ ଭିଣେଇ। ଯାହା ଫଳରେ ଶଳାଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଥିଲା। ଏହାପରେ ଗୁରୁତର ଅବସ୍ଥାରେ ପରିବାର ଲୋକେ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରିଥିଲେ । କିନ୍ତୁ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking