ରାଜସ୍ଥାନ : ରାଜସ୍ଥାନରୁ ଆସିଛି ଦୁଃଖଦ ଖବର । ୧୪୭ ଫୁଟ ଗଭୀର ବୋରୱେଲରେ ସୋମାବାରରୁ ଫସିରହିଛି ୫ ବର୍ଷର ଶିଶୁ । ଶିଶୁକୁ ଉଦ୍ଧାର ପାଇଁ ଅପେରେସନ ଜାରି ରହିଛି । ବୋରୱେଲରେ ଜଳସ୍ତର ବଢି ଯାଇଥିବାରୁ ଶିଶୁକୁ ଉଦ୍ଧାର କିପରି କରାଯିବ ତାକୁ ନେଇ ଚିନ୍ତାରେ ଉଦ୍ଧାରକାରୀ ଦଳ । ଏନଡିଆରଏଫ ପକ୍ଷରୁ ଉଦ୍ଧାର କାଯ୍ୟ ଜାରି ରହିଥିବା ବେଳେ ମଙ୍ଗଳବାର ମନ୍ତ୍ରୀ କିରୋରିଲାଲ ମିନା ଯାଇ ଘଟଣାସ୍ଥଳରେ ପହଞ୍ଚିଥିଲେ । ମଙ୍ଗଳବାର ରାତି ସୁଦ୍ଧା ୬ଟି ପ୍ରୟାସ କରାଯାଇଛି । ହେଲେ ଏଯାବତ ସଫଳ ହୋଇନାହିଁ । ସେପଟେ ପାଇଲିଂ ମେସିନରେ ଖୋଳାଖୋଳି ଆରମ୍ଭ କରିଥିଲେ । ଉଦ୍ଧାର କାଯ୍ୟ କିଭଳି କରାଯିବ ତାହାକୁ ନେଇ ଚିନ୍ତା ବଢିଛି । ତଥାପି ଉଦ୍ଧାର କାଯ୍ୟ ଜାରି ରହିଛି ।