19.1 C
Bhubaneswar
Thursday, February 12, 2026
Homeଦେଶ ବିଦେଶ୫ ବର୍ଷୀୟ ଶିଶୁପୁତ୍ରକୁ ଯୌନ ନିର୍ଯାତନା, ବିରୋଧ କରିବାରୁ ତଣ୍ଟି କାଟି ହତ୍ୟା କଲେ

୫ ବର୍ଷୀୟ ଶିଶୁପୁତ୍ରକୁ ଯୌନ ନିର୍ଯାତନା, ବିରୋଧ କରିବାରୁ ତଣ୍ଟି କାଟି ହତ୍ୟା କଲେ

ଲକ୍ଷ୍ନୌ: ଜଣେ ୫ ବର୍ଷୀୟ ଶିଶୁପୁତ୍ରକୁ ଯୌନ ନିର୍ଯାତନା ଦେଲେ ୨ ଯୁବକ। ପିଲାଟି ବିରୋଧ କରିବାରୁ ତା’ର ତଣ୍ଟି କାଟି ହତ୍ୟା କଲେ। ଏଭଳି ଏକ ଲୋମହର୍ଷଣକାରୀ ହତ୍ୟାକାଣ୍ଡ ସାମ୍ନାକୁ ଆସିଛି ଉତ୍ତରପ୍ରଦେଶରୁ। ପୁଲିସ ଅଭିଯୁକ୍ତଦ୍ଵୟକୁ ଗିରଫ କରିବା ପରେ ସମ୍ପୂର୍ଣ୍ଣ ଘଟଣା ଉପରୁ ପରଦା ଉଠିଛି। ଅଭିଯୁକ୍ତମାନଙ୍କ ବୟସ ୨୦ ବର୍ଷ ବୋଲି ଜଣାପଡ଼ିଛି। ମୁଜାଫରନଗର ଏସପି ସତ୍ୟନାରାୟଣ ପ୍ରଜାପତ କହିଛନ୍ତି, ଶିଖେରା ଥାନା ଅଞ୍ଚଳର ଏକ ଗାଁରେ ଥିବା ମାମୁଘରକୁ ପିଲାଟି ଦଶହରା ଛୁଟି ବୁଲିବାକୁ ଆସିଥିଲା। ଗୁରୁବାର ସକାଳ ୯ଟାରେ ପିଲାଟି ନିଖୋଜ ହୋଇଯାଇଥିଲା।

ଶୁକ୍ରବାର ଗାଁର ଜଣେ ବ୍ୟକ୍ତି ଥାନାକୁ ଫୋନ କରି ଗାଁ ପାଖ ଆଖୁ କ୍ଷେତରେ ଜଣେ ପିଲାର ମୃତଦେହ ପଡ଼ିଥିବା ଖବର ଦେଇଥିଲେ। ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ସେଠାରେ ଜମିଥିବା ଭିଡ଼ ଭିତରୁ ଜଣେ ଯୁବକ ଉପରେ ସନ୍ଦେହ ହୋଇଥିଲା। ଯୁବକ ପିନ୍ଧିଥିବା ଶାର୍ଟର ଗୋଟିଏ ହାତ ନ ଥିଲା। ସେହି ଚିରା ହାତଟି ମୃତ ଶିଶୁପୁତ୍ର ବେକରେ ବନ୍ଧାଯାଇଥିଲା। ପୁଲିସର ସନ୍ଦେହ ହେବାରୁ ଉକ୍ତ ଯୁବକକୁ ଥାନାକୁ ନେଇ ପଚରାଉଚରା କରିଥିଲା। ସେହି ଯୁବକ ସବୁ ସତକଥା ମାନିଯାଇଥିଲା। ସେ ଏବଂ ଅନ୍ୟ ଜଣେ ଯୁବକ ଉକ୍ତ ଶିଶୁପୁତ୍ରକୁ ଯୌନ ନିର୍ଯାତନା ଦେଇଥିଲେ। ପିଲାଟି ବିରୋଧ କରିବାକୁ ବ୍ଲେକରେ ତା’ ବେକ କାଟି ହତ୍ୟା କରିଥିବା ସ୍ଵୀକାର କରିଛନ୍ତି ୨ ଅଭିଯୁକ୍ତ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking