ଭୁବନେଶ୍ୱର: ବଜ୍ରାପାତରେ ଲିଙ୍ଗରାଜ ମନ୍ଦିରର ପତାକା ପୋଡିଯାଇଛି । ଏହା ସହିତ ସିସିଟିଭି ଜଳି ଯାଇଛି । ଗର୍ଭଗୃହ ଭିତରେ ବଲବ ଫାଟି କାଚ ଗୁଣ୍ଡ ପଡିଛି । ଅନେକ ସେବାୟତ ଓ ଶ୍ରଦ୍ଧାଳୁଙ୍କୁ ବିଦ୍ୟୁତ ଆଘାତ ଲାଗିଥିବା ସେମାନେ କହିଛନ୍ତି । ଗତକାଲି ବର୍ଷା ଓ ବଜ୍ରପାତ ପ୍ରଭାବରେ ଏଭଳି ଘଟଣା ଘଟିଥିବା ସେବାୟତମାନେ କହିଛନ୍ତି । ବଜ୍ରପାତରେ ୪୦ଟି ସିସିଟିଭି ଫାଟି ଯାଇଥିବା ସୂଚନା ମିଳିଛି । ଏନେଇ ଆଜି ଗୁରୁବାର ସକାଳୁ ଏଏସଆଇର ୫ ଜଣିଆ ଟିମ ମନ୍ଦିର ପରିସରରେ ବୁଲି ମନ୍ଦିର ସ୍ଥିତି ଅନୁଧ୍ୟାନ କରିଛନ୍ତି । ପତାକା ପରିବର୍ତ୍ତନ କରାଯାଇଛି। ଇଲେକ୍ଟ୍ରିସିଆନ ମରାମତି କାମ କରୁଛନ୍ତି । ଏଭଳି ଘଟଣା ସମସ୍ତଙ୍କୁ ଗଭୀର ଭାବେ ମର୍ମାହତ କରିଛି ।










