ଯାଜପୁର : ଯାଜପୁର ରୋଡ ଆଦର୍ଶ ଥାନା , ବ୍ୟାସନଗର ପୌରପରିଷଦ ଅନ୍ତର୍ଗତ ୫ ନଂ ୱାର୍ଡ ରମ୍ପାସ ସ୍ଥିତ ସାତମାଣିଆ ଗ୍ରାମରେ ଘଟିଛି ଅଘଟଣ l ୨ ବର୍ଷର ଶିଶୁ ପୁତ୍ର ଏକ ପାଣି ଟାଙ୍କିରେ ପଡ଼ି ମୃତ୍ଯୁ ବାରଣ କରିଛି l ସୂଚନା ମୁତାବକ ରମ୍ପାସ ସ୍ଥିତ ସତକହାଣିଆ ଗ୍ରାମର ଦୀପକ ମଳିକଙ୍କ ଶିଶୁ ପୁତ୍ର ଦିବ୍ୟ ମଳିକ (୨) ବର୍ଷର ଶିଶୁ ଆଜି ଅପରାହ୍ନ ୩ ଟା ସମୟରେ ଘର ପାଖରେ ଖେଳୁଥିଲା l ସେଇ ନିକଟରେ ସମ୍ବିତ କୁମାର ପ୍ରଧାନ ନାମକ ବ୍ୟକ୍ତିଙ୍କ ନୂଆ ଘର ନିର୍ମାଣ ନିମନ୍ତେ ଏକ ପାଣି ଟାଙ୍କି କରିଥିଲେ l ତେବେ ଉକ୍ତ ଟାଙ୍କିରେ ଦିବ୍ୟ କୌଣସି ମତେ ପଡ଼ି ଯାଇଥିଲା l କିନ୍ତୁ ଘର ଲୋକେ ଦୀର୍ଘ ସମୟ ଖୋଜା ଖୋଜି କରିବା ପରେ ଟାଙ୍କିରେ ପୁଅ ଦିବ୍ୟ ପଡ଼ିଥିବା ଦେଖିଥିଲେ l ତାକୁ ତୁରନ୍ତ ଯାଜପୁର ରୋଡ଼ ମେଡ଼ିକାଲରେ ଭର୍ତି କରିଥିଲେ l ସେଠାରେ ଡାକ୍ତର ଦିବ୍ୟକୁ ମୃତ ଘୋଷଣା କରିଥିଲେ l ସୂଚନା ପାଇ ଯାଜପୁର ରୋଡ଼ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ବ୍ୟବଛେଦ ନିମନ୍ତେ ସ୍ଥାନୀୟ ଦାନଗଦୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଛି l ଘଟଣାକୁ ନେଇ ତଦନ୍ତ ଚଳାଇଛି ଯାଜପୁର ରୋଡ଼ ପୋଲିସ l