33.1 C
Bhubaneswar
Sunday, February 22, 2026
Homeଅପରାଧଦଶମ ଶ୍ରେଣୀ ଛାତ୍ରୀଙ୍କୁ ଟେକିନେଇ ଗଣଦୁଷ୍କର୍ମ!

ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଟେକିନେଇ ଗଣଦୁଷ୍କର୍ମ!

କେନ୍ଦ୍ରାପଡ଼ା: ସକାଳୁ ସକାଳୁ ଏକ ଦୁଷ୍କର୍ମ ମାମଲା ସାମ୍ନାକୁ ଆସିଛି। କେନ୍ଦ୍ରାପଡ଼ା ରାଜନଗରରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ଏହି ଘଟଣା। ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଟେକିନେଇ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ସୂଚନା ମୁତାବକ, ରାକ୍ଷୀ ପୂର୍ଣ୍ଣିମାରେ ଏହି ଗଣଦୁଷ୍କର୍ମ ହୋଇଛି ବୋଲି ପରିବାର ଲୋକେ ଅଭିଯୋଗ ଆଣିଛନ୍ତି। ରାଜନଗର ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ୫ଜଣଙ୍କୁ ଉଠାଇନେଇଛି। ଏମିତି ଏକ ଘଟଣା ମଧ୍ୟପ୍ରଦେଶର ରେୱା ଜିଲ୍ଲାରେ ଘଟିଥିଲା। ଏଠାରେ ଜଣେ ଦଶମ ଶ୍ରେଣୀ ଟପର ଛାତ୍ରୀଙ୍କ ପରିବାର ଗଣଦୁଷ୍କର୍ମ ଅଭିଯୋଗ କରିଥିଲେ। ପରିବାର ଅଭିଯୋଗ କରିଥିଲେ ଯେ, ଛାତ୍ରୀ ଜଣକ କୋଚିଂକୁ ଯାଇଥିବା ବେଳେ ତିନି ଜଣ ଯୁବକ ତାଙ୍କୁ ଅପହରଣ କରି ଆଠ ଦିନ ଧରି ଦୁଷ୍କର୍ମ କରିଥିଲେ। ଅଗଷ୍ଟ 7 ତାରିଖ ରାତିରେ ତାଙ୍କ ଘର ପାଖରେ ଫିଙ୍ଗି ଦେଇ ସେମାନେ ପଳାଇଥିଲେ। ଛାତ୍ରୀଙ୍କୁ ଚିକିତ୍ସା ପାଇଁ ରେୱାର ସରକାରୀ ଗାନ୍ଧୀ ସ୍ମାରକୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି, ଯେଉଁଠାରେ ତାଙ୍କ ଅବସ୍ଥା ବିପଦମୁକ୍ତ ବୋଲି କୁହାଯାଉଛି। ବର୍ତ୍ତମାନ ପୋଲିସ ଏହି ମାମଲାରେ ଦୁଷ୍କର୍ମ ବିଷୟରେ ଖୋଲାଖୋଲି ଭାବରେ କିଛି ନ କହି ଛାତ୍ରୀଙ୍କୁ ଅପହରଣ କରାଯାଇଥିବା କହିଛି ଏବଂ ତାଙ୍କ ବୟାନ ଆଧାରରେ ମାମଲାର ତଦନ୍ତ କରାଯିବ ବୋଲି କହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking