22.1 C
Bhubaneswar
Friday, February 13, 2026
Homeଦେଶ ବିଦେଶଟ୍ୟୁସନରୁ ଫେରୁଥିବାବେଳେ ୧୦ ବର୍ଷର ଛାତ୍ରୀଙ୍କୁ ଅପହରଣ ପରେ ହତ୍ୟା

ଟ୍ୟୁସନରୁ ଫେରୁଥିବାବେଳେ ୧୦ ବର୍ଷର ଛାତ୍ରୀଙ୍କୁ ଅପହରଣ ପରେ ହତ୍ୟା

ନୂଆଦିଲ୍ଲୀ: କୋଲକାତା ଆରଜି କର କାଣ୍ଡକୁ ନେଇ ଅସନ୍ତୋଷ ଥମି ନ ଥିବାବେଳେ ପଶ୍ଚିମବଙ୍ଗରୁ ସାମ୍ନାକୁ ଆସିଛି ଆଉ ଏକ ଘଟଣା। ଟ୍ୟୁସନରୁ ଫେରୁଥିବା ଜଣେ ୧୦ ବର୍ଷର ଛାତ୍ରୀଙ୍କୁ କିଛି ଦୁର୍ବୃତ୍ତ ଉଠାଇ ନେଇ ହତ୍ୟା କରିଥିବା ହୋଇଛି ଅଭିଯୋଗ । ଯାହାକୁ ନେଇ ସ୍ଥାନୀୟ ବାସିନ୍ଦା ରାଜରାସ୍ତାକୁ ଓହ୍ଲାଇଥିବା ବେଳେ ପୋଲିସ କ୍ୟାମ୍ପରେ ନିଆଁ ଲଗାଇ ଦେଇଥିବା ସୂଚନା ମିଳିଛି । ତେବେ ଦକ୍ଷିଣ ୨୪ ପରାଗଣର ମହିଷାମାରି ଅଞ୍ଚଳରେ ଏହି ହତ୍ୟାକାଣ୍ଡ ଘଟିଛି। ସୂଚନା ଅନୁସାରେ, ଗତକାଲି ଅର୍ଥାତ ଶୁକ୍ରବାର ଛାତ୍ରୀ ଜଣକ କୋଚିଂ ସେଣ୍ଟର ଯାଇଥିଲେ। କିନ୍ତୁ ନ ଫେରିବାରୁ ପରିବାର ଲୋକେ ନିଖୋଜ ମାମଲା ରୁଜୁ କରିଥିଲେ। ପୋଲିସ ଖୋଜାଖୋଜି କରୁଥିବା ବେଳେ ଏକ ପଡ଼ିଆ ନିକଟରୁ ମୃତଦେହ ମିଳିଛି।

ଶନିବାର ରାତି ପ୍ରାୟ ସାଢେ ୩ଟା ସମୟରେ ମୃତଦେହ ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ଏନେଇ ଖବରପାଇ ପୋଲିସ ମୃତଦେହ ଜବତ କରିବା ସହ ପୋଷ୍ଟମୋର୍ଟମ ପାଇଁ ପଠାଇଛି। ଏଥିସହ ଅଧିକ ତଦନ୍ତ ଜାରି ରଖିଛି ପୋଲିସ । ରିପୋର୍ଟ ଆସି ନ ଥିବାବେଳେ ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ ଆଣି ବିଜେପି ଟିଏମସିର ମମତା ବାନାର୍ଜୀ ସରକାରଙ୍କ ଉପରେ ବର୍ଷିଛି। ତେବେ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇଥିବା ବେଳେ ସରକାର ଏହାକୁ ନିୟନ୍ତ୍ରଣ କରିବାରେ ବିଫଳ ହୋଇଥିବା ବିଜେପି ଅଭିଯୋଗ କରିଛି। ସେପଟେ, ଘଟଣାକୁ ନେଇ ସ୍ଥାନୀୟ ଲୋକେ ଆନ୍ଦୋଳନକୁ ଓହ୍ଲାଇବା ସହ ପୋଲିସ କ୍ୟାମ୍ପରେ ଭଙ୍ଗାରୁଜା କରିବା ପରେ ଜାଳି ଦେଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking