26.1 C
Bhubaneswar
Thursday, October 29, 2026
Homeଓଡିଶାକୋଟିଆକୁ ନେଇ ତାତିଲା ରାଜନୀତି, ଆନ୍ଧ୍ର ନିର୍ବାଚନକୁ ସର୍ବଦଳୀୟ ବିରୋଧ

କୋଟିଆକୁ ନେଇ ତାତିଲା ରାଜନୀତି, ଆନ୍ଧ୍ର ନିର୍ବାଚନକୁ ସର୍ବଦଳୀୟ ବିରୋଧ

କୋରାପୁଟ: କୋଟିଆ ପ୍ରସଙ୍ଗକୁ ନେଇ କୋରାପୁଟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବସିଲା ସର୍ବଦଳୀୟ ବୈଠକ । ଜିଲ୍ଲା ପ୍ରଶାସନିକ ଅଧିକାରୀ, ଜିଲ୍ଲାର ସମସ୍ତ ବିଧାୟକ ଓ ସ୍ଥାନୀୟ ଜନପ୍ରତିନିଧିଙ୍କ ମଧ୍ୟରେ କୋଟିଆର ସୁରକ୍ଷା ଓ ବିକାଶକୁ ନେଇ ହୋଇଛି ଆଲୋଚନା । ଆସନ୍ତା ୫ ତାରିଖରେ କୋଟିଆରେ ହେବାକୁ ଥିବା ଆନ୍ଧ୍ର ପ୍ରଦେଶର ପଞ୍ଚାୟତ ନିର୍ବାଚନକୁ ବନ୍ଦ କରିବା ସହ କୋଟିଆ ମାଟିର ସୁରକ୍ଷା ଉପରେ ଗୁରୁତ୍ୱ ଦିଆଯାଇଛି । କୋଟିଆ ପଞ୍ଚାୟତରେ ଆନ୍ଧ୍ର ପ୍ରଦେଶ ପକ୍ଷରୁ ନିର୍ବାଚନ କରାଇବା ଉଦ୍ୟମକୁ ସର୍ବଦଳୀୟ ନେତାମାନେ ତୀବ୍ର ବିରୋଧ କରିଛନ୍ତି । କୋଟିଆରେ ଆନ୍ଧ୍ର ପକ୍ଷରୁ ନିର୍ବାଚନୀ ବୁଥ୍ କରାଇ ଦିଆଯିବ ନାହିଁ ବୋଲି ନେତାମାନେ ଦୃଢ଼ ମତ ରଖିଛନ୍ତି ।ଗତ ନିର୍ବାଚନ ଭଳି ଯଦି ଆନ୍ଧ୍ର ପକ୍ଷରୁ କୋଟିଆ ଲୋକଙ୍କୁ ନିଜ ଅଞ୍ଚଳକୁ ନେଇ ନିର୍ବାଚନରେ ସାମିଲ କରିବାକୁ ଉଦ୍ୟମ କରାଯାଏ ତେବେ ପରିସ୍ଥିତି ଅସମ୍ଭାଳ ହୋଇପାରେ ବୋଲି ସର୍ବଦଳୀୟ ନେତାମାନେ ଚେତାବନୀ ଦେଇଛନ୍ତି । ଆଗ ମାଟି, ପଛେ ପାର୍ଟି ନାରା ଦେଇ କୋଟିଆର ସୁରକ୍ଷା ପାଇଁ ସମସ୍ତ ରାଜନୈତିକ ଦଳ ଏକାଠି ହୋଇ ଆନ୍ଧ୍ର ପ୍ରଦେଶ ବିରୋଧରେ ଜୋରଦାର ଲଢ଼େଇ କରିବେ ବୋଲି ସର୍ବଦଳୀୟ ନେତାମାନେ କହିଛନ୍ତି ।ବୈଠକରେ କୋରାପୁଟ ବିଧାୟକ ରଘୁରାମ ମାଛ, ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି, ପଟାଙ୍ଗି ବିଧାୟକ ରାମଚନ୍ଦ୍ର କାଡାମଙ୍କ ସମେତ ସ୍ଥାନୀୟ ଜନପ୍ରତିନିଧିମାନେ ଉପସ୍ଥିତ ଅଛନ୍ତି । ବୈଠକରେ କୋରାପୁଟ ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଅଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking