28.1 C
Bhubaneswar
Saturday, September 26, 2026
Homeଓଡିଶାଓଡ଼ିଶାରେ ବନ୍ୟା ସ୍ଥିତି: ୧୦ ଜିଲ୍ଲା କ୍ଷତିଗ୍ରସ୍ତ

ଓଡ଼ିଶାରେ ବନ୍ୟା ସ୍ଥିତି: ୧୦ ଜିଲ୍ଲା କ୍ଷତିଗ୍ରସ୍ତ

ଭୁବନେଶ୍ବର: ଉତ୍ତର ଓଡ଼ିଶାରେ ବନ୍ୟା ସ୍ଥିତି ସଙ୍ଗୀନ । ଝାଡ଼ଖଣ୍ଡରୁ ପାଣି ଆସି କେନ୍ଦୁଝର ପ୍ରଭାବିତ ହୋଇଛି । ବାଲେଶ୍ୱର, ଯାଜପୁର, ଭଦ୍ରକ ପ୍ରଭାବିତ ହେବ । ଛତିଶଗଡ ଓ ଝାଡ଼ଖଣ୍ଡରେ ବର୍ଷା ଲାଗି ରହିଛି । ୪୮ ଘଣ୍ଟା ପରେ ସ୍ଥିତି ସ୍ୱାଭାବିକ ଆଡ଼କୁ ଗତି କରିବ ବୋଲି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି ।କୋରାପୁଟ, ନବରଙ୍ଗପୁର, ମାଲକାନଗିରି, ରାୟଗଡ଼ା, ଗଞ୍ଜାମ ଓ ଗଜପତିରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଛତିଶଗଡ ଓ ଝାଡଖଣ୍ଡରେ ପ୍ରବଳ ବର୍ଷା ହୋଇଛି । ମହାନଦୀରେ ପାଣି ପ୍ରବେଶ କରୁଛି । ଚାନ୍ଦିଲି ଡ୍ୟାମ୍ରୁ ୨୦୭୮ କ୍ୟୁମେକ ପାଣି ପ୍ରବେଶ କରିଛି । ଗାଲୁଡ଼ିହିରେ ୯୨.୨୦ ମିଟର, ଜାମଶୋଳାଘାଟରେ ୫୧.୬୨ ମିଟର, ରାଜଘାଟରେ ୧୦.୪୩ ମିଟରରେ ପ୍ରବାହିତ ହେଉଛି ବନ୍ୟାଜଳ ।

ରାଜଘାଟରେ ୧୦.୪୩ ମିଟରରେ ପାଣି ପ୍ରବାହିତ ହେଉଛି । ଆଗକୁ ଆହୁରି ପାଣି ବଢିବ । ଆସନ୍ତାକାଲି ୧୧.୭୦ ମିଟର ଯାଏଁ ବୃଦ୍ଧି ପାଇବ ବନ୍ୟାଜଳ । ବୁଢ଼ାବଳଙ୍ଗରେ ଗୋବିନ୍ଦପୁରରେ ୮.୭୮ ମିଟରରେ ପାଣି ପ୍ରବାହିତ ହେଉଛି । ବିପଦ ସଙ୍କେତ ଉପରେ ପାଣି ପ୍ରବାହିତ ହେଉଛି । ଆଜି ରାତି ଆହୁରି ବଢିବ ।ଦଶରଥପୁର ଠାରେ ୨ଟି ଘାଇ ହୋଇଛି । ଫଳରେ ବ୍ୟାପକ ଫସଲ ନଷ୍ଟ ହୋଇଛି । ଘରେ ପାଣି ପଶିଛି । ଜିଲ୍ଲା ପ୍ରଶାସନ କାମରେ ଲାଗିଛନ୍ତି । ବୈତରଣୀ ଯାଜପୁର ଠାରେ ଘାଇ ଭାଙ୍ଗିବା, ଖରସ୍ରୋତାରେ ଘାଇ ଭାଙ୍ଗିବା ଫଳରେ ଅନେକ କ୍ଷତି ହୋଇଛି । ୩୯୫ଟି ରିଲିଫ୍ ସେଣ୍ଟର ୧୦ ଜିଲ୍ଲାରେ ଖୋଲା ହୋଇଛି । ୭୩୦୮୫ ଲୋକ ପ୍ରଭାବିତ । ୪୦,୩୨୯ ହଜାର ଲୋକ ରିଲିଫ୍ ସେଣ୍ଟରକୁ ସ୍ଥାନାନ୍ତରିତ ହୋଇଛନ୍ତି ।୮୦ ବ୍ଲକ୍, ୩୨୫ ଗ୍ରାମ ପଞ୍ଚାୟତ, ୧୦୭୧ ଗାଁ ପ୍ରଭାବିତ । ୧୦ଟି ସହରାଞ୍ଚଳର ୪୯ଟି ୱାର୍ଡ ପ୍ରଭାବିତ ହୋଇଛି । ୪୪୮୦ ହେକ୍ଟର ଜମି ପ୍ରଭାବିତ ହୋଇଛି । ୭୨୧ଟି ଘର ଭାଙ୍ଗିଛି ବୋଲି ବିପର୍ଯ୍ୟୟ ଓ ପରିଚାଳନା ମନ୍ତ୍ରୀ ସୂଚନା ଦେଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking