ସୁନ୍ଦରଗଡ଼: ସୁନ୍ଦରଗଡ଼ କାହ୍ନାକୁଣ୍ଡରେ ମହିଳା ନିଖୋଜ ଘଟଣା। ଆଜି ଦ୍ବିତୀୟ ଦିନ ପାଇଁ ଆରମ୍ଭ ହେଲା ସର୍ଚ୍ଚ ଅପରେସନ । ଘଟଣା ସ୍ଥଳରେ ଓଡ୍ରାଫ ଓ ଅଗ୍ନିଶମ ବିଭାଗ ପକ୍ଷରୁ ଖୋଜାଖୋଜି ଜାରି ରହିଛି । ଗତକାଲି ପରିବାର ସହ ବାଲିଶଙ୍କରା କାହ୍ନାକୁଣ୍ଡ ପରିବାର ସହ ବୁଲିବାକୁ ଆସିଥିଲେ ପ୍ରଜ୍ଞାଶ୍ରୀ ପଣ୍ଡା । ପଥରଶଯ୍ୟା ନଦୀ ରେ ଗୋଡ଼ ଖସି ଯିବାରୁ ଗତକାଲି ରୁ ନିଖୋଜ ଅଛନ୍ତି । ଗଭୀର ଜଳରେ ଭାସି ଯାଇଛନ୍ତି ଜଣେ ମହିଳା ପର୍ଯ୍ୟଟକ । ନିଖୋଜ ମହିଳା ହେଲେ ସୁନ୍ଦରଗଡ଼ ସହର ମହିଳା ମହାବିଦ୍ୟାଳୟ ସମ୍ମୁଖ ପଡ଼ାରେ ରହୁଥିବା ପ୍ରଜ୍ଞାଶ୍ରୀ ପରମିତା ପୁରୋହିତ ପଣ୍ଡା (ବିଟି) । ଜଣେ ସାମାଜିକକର୍ମୀ ତଥା ସଂଗଠିକା ରୂପେ ପରିଚିତା ପ୍ରଜ୍ଞାଶ୍ରୀ ପାଣିରେ ବୁଡ଼ି ନିଖୋଜ ଘଟଣା ସାରା ସହରକୁ ସ୍ତବ୍ଧ କରିଛି । ସୂଚନା ଅନୁସାରେ ପ୍ରଜ୍ଞାଶ୍ରୀ ପରମିତା, ଭାଇ ରାଜ, ଭଉଣୀ ଇତିଶ୍ରୀ ପୁରୋହିତ ଓ ତାଙ୍କ ସ୍ବାମୀଙ୍କ ସହ ଗୁରୁବାର ଅପରାହ୍ଣରେ କାହ୍ନାକୁଣ୍ଡ ବୁଲିବାକୁ ଯାଇଥିବା ବେଳେ ଅଘଟଣ ଘଟିଛି ।










