26.1 C
Bhubaneswar
Sunday, August 30, 2026
Homeଦେଶ ବିଦେଶଜଳ ବିଦ୍ୟୁତ୍‌ କେନ୍ଦ୍ର ପ୍ରତି ବିପଦ ବଢ଼ିଲା

ଜଳ ବିଦ୍ୟୁତ୍‌ କେନ୍ଦ୍ର ପ୍ରତି ବିପଦ ବଢ଼ିଲା

କାଠମାଣ୍ଡୁ: ନେପାଳରେ ଆସିଥିବା ଭୀଷଣ ବନ୍ୟା ଦେଶର ଜଳବିଦ୍ୟୁତ୍‌ କେନ୍ଦ୍ର ଉପରେ ବଡ଼ ପ୍ରଭାବ ପକାଇଛି। ଭୋଟେକୋଶୀ ଓ ତ୍ରିଶୂଳୀ ଘାଟିର ବନ୍ୟା ଆସିବା ଯୋଗୁଁ ୧୪ ଜଳ ବିଦ୍ୟୁତ କେନ୍ଦ୍ର ପ୍ରଭାବିତ ହୋଇଛି। ଏଥିରେ ୬ଟି ନିର୍ମାଣାଧୀନ ପ୍ରକଳ୍ପ ରହିଛି। ଅଧିକାରୀଙ୍କ ସୂଚନା ଅନୁଯାୟୀ, ବନ୍ୟା ଯୋଗୁଁ ୪୩୧ ମେଗାୱାଟର ବିଦ୍ୟୁତ୍ ଉତ୍ପାଦନ ବନ୍ଦ ହୋଇଯାଇଛି। ଏହା ଦେଶର ୧୨ ପ୍ରତିଶତ ଚାହିଦା ପୂରଣ କରିଥାଏ। ହିମାଳୟ କ୍ଷେତ୍ରରେ ଭୂସ୍ଖଳନ, ହିମସ୍ଖଳନ ଓ ବରଫ ହ୍ରଦ ଭାଙ୍ଗିବା ଘଟଣା ଏହି ପ୍ରକଳ୍ପ ଗୁଡ଼ିକର ଭବିଷ୍ୟତ ଉପରେ ପ୍ରଶ୍ନ ଉଠାଇଛି। ଜଳବାୟୁ ପରିବର୍ତ୍ତନ ଯୋଗୁଁ ବିପଦ ବଢ଼ିବାର ଆଶଙ୍କା ରହିଛି। ବନ୍ୟାକୁ ଦେଖି ଏବେ କେଉଁଠି ଜଳ ବିଦ୍ୟୁତ୍‌ କେନ୍ଦ୍ର ନିର୍ମାଣ କରାଯିବ ବୋଲି ପ୍ରଶ୍ନ ଉଠୁଛି। କ୍ଷୁଦ୍ର ପ୍ରକଳ୍ପର ସ୍ଥାୟିତ୍ବ ଓ ବଡ଼ କେନ୍ଦ୍ରର ଆବଶ୍ୟକତାକୁ ନେଇ ବିଶେଷଜ୍ଞମାନେ ଚର୍ଚ୍ଚା କରୁଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking