28.1 C
Bhubaneswar
Saturday, August 29, 2026
Homeଓଡିଶାଖଣି ଆଇନ ସଂଶୋଧନ ସମ୍ପର୍କରେ ବିଜେପି ସାଂସଦଙ୍କୁ ନବୀନଙ୍କ ପତ୍ର

ଖଣି ଆଇନ ସଂଶୋଧନ ସମ୍ପର୍କରେ ବିଜେପି ସାଂସଦଙ୍କୁ ନବୀନଙ୍କ ପତ୍ର

ଭୁବନେଶ୍ୱର: ନିକଟରେ ପାର୍ଲିଆମେଣ୍ଟ ରେ ବିବାଦୀୟ ଖଣି ଓ ଖଣିଜ ଦ୍ରବ୍ୟ ବିକାଶ ଓ ନିୟନ୍ତ୍ରଣ ସଂଶୋଧନ ଆଇନ ଗୃହୀତ ହୋଇଛି ଯାହା ଦ୍ୱାରା କି ଓଡିଶା ର ପ୍ରଭୂତ କ୍ଷତି ହୋଇଛି। ଏହି ପରିପ୍ରେକ୍ଷୀରେ ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକ ଆଜି ଓଡିଶା ରୁ ନିର୍ବାଚିତ କୋଡିଏ ଜଣ ବିଜେପି ସାଂସଦ ଙ୍କୁ ପତ୍ର ଲେଖି ଓଡିଶା ଓ ଓଡିଶା ବାସୀଙ୍କ ସ୍ୱାର୍ଥ ର ସୁରକ୍ଷା ପାଇଁ ଖଣି ଓ ଖଣିଜ ଦ୍ରବ୍ୟ ବିକାଶ ଓ ନିୟନ୍ତ୍ରଣ ଆଇନ କୁ ପ୍ରତ୍ୟାହାର ପାଇଁ ଦାବୀ କରିବାକୁ ଆହ୍ୱାନ ଜଣାଇଛନ୍ତି। ଶ୍ରୀ ପଟ୍ଟନାୟକ ତାଙ୍କ ପତ୍ର ରେ କହିଛନ୍ତି ଯେ ” ଆମ ପାର୍ଲିଆମେଣ୍ଟ ହେଉଛି ଭାରତୀୟ ଗଣତନ୍ତ୍ର ର ସର୍ବୋଚ୍ଚ ମନ୍ଦିର।ଜଣେ ସାଂସଦ ଭାବରେ ଆପଣ ମାନେହିଁ ଗଣତନ୍ତ୍ର ର ଏହି ସର୍ବୋଚ୍ଚ ଫୋରମ ରେ ଓଡିଶା ବାସୀଙ୍କ ସ୍ବରର ପ୍ରତିନିଧିତ୍ୱ କରିଆସୁଛନ୍ତି। ଓଡ଼ିଶାବାସୀ ସେମାନଙ୍କ ସ୍ୱାର୍ଥ ର ସୁରକ୍ଷା ପାଇଁ ବିଶ୍ୱାସ ର ସହ ଆପଣ ମାନଙ୍କୁ ନିର୍ବାଚିତ କରିଛନ୍ତି।କିନ୍ତୁ ଗଭୀର ଉଦବେଗ ର ବିଷୟ ଏହିକି ଯେ ଆପଣମାନେ ଏ ଭଳି ଏକ ମନମୁଖୀ ବିଧେୟକ କୁ ସମର୍ଥନ କରି କେବଳ ଓଡିଶା ର କ୍ଷତି କରିନାହାନ୍ତି, ବରଂ ଲୋକ ଙ୍କ ବିଶ୍ୱାସ ଉପରେ କୁଠାରଘାତ କରିଛନ୍ତି।” ଅଗଷ୍ଟ 13 2026 ଦିନ ଆପଣ ମାନଙ୍କ ସମର୍ଥନରେ ପାର୍ଲିଆମେଣ୍ଟ ରେ MMDR ସଂଶୋଧନ ଆଇନ ଗୃହୀତ ହୋଇଥିଲା। ଏହି ଦିନଟିକୁ ଓଡିଶାବାସୀ ଏକ କଳା ଦିବସ ଭାବରେ ମନେ ରଖିବେ ବୋଲି ମତ ଦେଇ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ଓଡିଶା ର ସ୍ୱାର୍ଥ ଓ ଆମ ପିଲାଙ୍କ ଭବିଷ୍ୟତ ଉପରେ ଗଭୀର ପ୍ରଭାବ ପକାଉଥିବା ଏହି ଆଇନ ଆପଣ ମାନଙ୍କ ଉପସ୍ଥିତିରେ ମାତ୍ର ଦଶ ମିନିଟ ର ଆଲୋଚନା ରେ ଗୃହୀତ ହେବା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ।

ଶ୍ରୀ ପଟ୍ଟନାୟକ ତାଙ୍କ ପତ୍ର ରେ ଉଲ୍ଲେଖ କରିଛନ୍ତି ଯେ ” MMDR ସଂଶୋଧନ ଆଇନ ଏକ ସାଧାରଣ ଆଇନ ନୁହେଁ। ଏହା ଦ୍ୱାରା ଓଡିଶା ବିପୁଳ ଭାବରେ କ୍ଷତିଗ୍ରସ୍ତ ହେବ। ଦେଶ ର ଖଣିଜ ସମ୍ପଦ ର 44 ପ୍ରତିଶତ ଓଡିଶାରେ ହିଁ ମହଜୁଦ ରହିଛି ଏବଂ ଦୀର୍ଘ ଦଶନ୍ଧି ଧରି , ଦେଶ ର ଶିଳ୍ପ, ଭିତ୍ତିଭୂମି, ଶକ୍ତି, ଇସ୍ପାତ ଓ ଖଣି କ୍ଷେତ୍ର ର ବିକାଶ ପାଇଁ ଓଡିଶା ର ସମ୍ପଦ ର ମହତ୍ୱପୂର୍ଣ ଯୋଗଦାନ ରହି ଆସିଛି। ଓଡିଶା ଓ ତାର ଲୋକ ମାନଙ୍କ ବିପୁଳ ଅବଦାନ ଭାରତକୁ ଶକ୍ତିଶାଳୀ କରି ଆସିଛି। ” ଏହି ଆଇନ ଦ୍ୱାରା ଓଡିଶା ବାର୍ଷିକ ବାର ହଜାର କୋଟି ଟଙ୍କାର କ୍ଷତି ସହିବା ତା ସହିତ ସମୟକ୍ରମେ ଏହି କ୍ଷତି ଲକ୍ଷ ଲକ୍ଷ କୋଟି ଟଙ୍କା ରେ ପହଂଚିବ ବୋଲି ପ୍ରକାଶ କରିବାସହ ଶ୍ରୀ ପଟ୍ଟ ନାୟକ କହି ଛନ୍ତି ଯେ ସବୁଠାରୁ ଦୁଃଖ ର କଥା ଯେ ଏତେ ବଡ଼ ଅନ୍ୟାୟ ଆପଣ ମାନଙ୍କ ଗୋଚର ରେ ହିଁ ଘଟଛି। ଆପଣ ମାନଙ୍କ ଗୋଚରରେ ହିଁ ଆମେ ଆମ ଖଣି ଓ ଖଣି ଅଞ୍ଚଳ ଉପରୁ ଆମ ଅଧିକାର ହରାଇଛୁ। ଶ୍ରୀ ପଟ୍ଟ ନାୟକ କହିଛନ୍ତି ଯେ ଏହି ଆଇନ ଓଡିଶା ର ଯୁବ ସମାଜ ଓ ପିଲା ମାନଙ୍କ ଭବିଷ୍ୟତ ପ୍ରତି ଗଭୀର ଅନ୍ୟାୟ କରିଛି। ଆମ ଖଣିଜ ସମ୍ପଦ ଉପରେ ସେମାନଙ୍କ ଅଧିକାର ଉପରେ କୁଠାରଘାତ କରିଛି। ଦୀର୍ଘ ଦିନ ଧରି ଖଣି ପାଇଁ ପ୍ରଦୂଷଣ, ବିସ୍ଥାପନ, ପରିବେଶ ଅବକ୍ଷୟ ଓ ଖଣି କାର୍ଯ୍ୟ ର ବିପଦ ଜନକ କୁପ୍ରଭାବ ସହୁଥିବା ଓଡିଶା ବାସୀଙ୍କ ପ୍ରତି ଏହା କେବଳ ଅନ୍ୟାୟ ନୁହେଁ ବରଂ ସଶକ୍ତ ଓଡିଶାର ସ୍ବପ୍ନ ପ୍ରତି ଏକ ବଡ଼ ଆଘାତ।

ନିଜ ସମ୍ପଦ କୁ ନେଇ ଆତ୍ମବିଶ୍ଵାସ ର ସହ ଆଗକୁ ବଢ଼ିବାର ସ୍ବପ୍ନ ଦେଖୁଥିବା ଓଡ଼ିଆ ଜାତି ପ୍ରତି ଏହା ବଡ଼ ଅନ୍ୟାୟ ବୋଲି ଶ୍ରୀ ପଟ୍ଟ ନାୟକ କହିଛନ୍ତି। ଏହି ପରିପ୍ରେକ୍ଷୀରେ ଶ୍ରୀ ପଟ୍ଟ ନାୟକ ବିଜେପି ସାଂସଦ ମାନଙ୍କୁ ଅନୁରୋଧ କରି କହିଛନ୍ତି ଯେ ସେମାନେ ସେମାନଙ୍କ ବିବେକ ର ସ୍ୱର କୁ ଶୁଣନ୍ତୁ , ଓଡିଶା ର ଭବିଷ୍ୟତ ପିଢ଼ି ପାଇଁ ଚିନ୍ତା କରନ୍ତୁ। ଖଣି କ୍ଷେତ୍ର ରେ ଥିବା ରାଜ୍ୟ ଅଧିକାର କୁ ଛଡେଇ ନେଇଥିବା ଏହି ଆଇନ କୁ ବିରୋଧ କରିବା ସହ ଏହାର ପ୍ରତ୍ୟାହାର ପାଇଁ ଦାବୀ କରିବାକୁ ଶ୍ରୀ ପଟ୍ଟ ନାୟକ ବିଜେପି ସାଂସଦ ମାନଙ୍କୁ ଅନୁରୋଧ କରିଛନ୍ତି। ଶ୍ରୀ ପଟ୍ଟ ନାୟକ ଆହୁରି କହିଛନ୍ତି ଯେ ଆମେ କେଉଁ ଦଳ ରେ ଅଛୁ ତାହା ଗୁରୁତ୍ୱପୂର୍ଣ ନୁହେଁ,ରାଜ୍ୟ ଓ ରାଜ୍ୟ ର ସମ୍ପଦ ପ୍ରତି ହେଉଥିବା ଅନ୍ୟାୟ ବିରୋଧ ରେ ଆମେ କିପରି ସ୍ୱର ଉଠାଉଛୁ ଓ ଓଡିଶା ଜନନୀ ଙ୍କ ସ୍ୱାର୍ଥ ର ସୁରକ୍ଷା ପାଇଁ କିପରି ଲଢେଇ କରୁଛେ ତାକୁ ଇତିହାସ ସମ୍ମାନ ର ସହ ମନେ ରଖିବ । ଓଡିଶା ଆଜି ଇତିହାସ ର ଏକ ସନ୍ଧିକ୍ଷଣ ରେ ଉପସ୍ଥିତ। ଏହି ସମୟ ରେ ଓଡିଶା ଓ ଓଡ଼ିଶା ବାସୀଙ୍କ ସ୍ୱାର୍ଥ ର ସୁରକ୍ଷା ପାଇଁ ବିଜେପି ଲଢେଇ କରିବ କି ନାହିଁ ତାହା ବିଜେପି ସାଂସଦ ମାନଙ୍କ ବିଚାର ଉପରେ ନିର୍ଭର କରେ ବୋଲି ଶ୍ରୀ ପଟ୍ଟନାୟକ ମତ ଦେଇଛନ୍ତି

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking