ବଲାଙ୍ଗିର : ମିଠା ଦୋକାନରେ ଚଢାଉ। ୨୦ କେଜି ବାସି ମିଠା ନଷ୍ଟ କରିବା ସହ ୮ହଜାର ଜରିମାନା। ବଲାଙ୍ଗିର ଜିଲ୍ଲା ଟିଟିଲାଗଡ ସହରର ବିଭିନ୍ନ ମିଠା ଦୋକାନ ଫୁଡ ସେଫ୍ଟି ବିଭାଗ ପକ୍ଷରୁ ଚଢାଉ କରାଯାଇଥିଲା। ପନିର, ଛେନା, ଖୁଆ ଓ ବିଭିନ୍ନ ମିଠାର ନମୂନା ସଂଗ୍ରହ କରାଯାଇ ମାନ ପରୀକ୍ଷା ପାଇଁ ପଠାଯାଇଛି। ରିପୋର୍ଟ ଆସିବା ପରେ ଦୋକାନୀଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛିlତେବେ ଖାଦ୍ୟ ନିରାପତ୍ତା ନିୟମକୁ ପାଳନ କରୁନଥିବା ଦୋକାନୀମାନଙ୍କ ଠାରୁ ୮ହଜାର ୫ଶହ ଟଙ୍କା ଜରିମାନା ଆଦାୟ କରାଯାଇଛି । ବିଭିନ୍ନ ଦୋକାନରୁ ପ୍ରାୟ ୨୦ କିଲୋଗ୍ରାମ ବାସି ଖାଦ୍ୟ ନଷ୍ଟ କରାଯାଇଛି l








