29.6 C
Bhubaneswar
Friday, July 10, 2026
Homeଓଡିଶାଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି କରି ଝାରସୁଗୁଡାରେ ଯୁବ ଓ ଛାତ୍ର ବିଜେଡିର ବିଶାଳ ବିକ୍ଷୋଭ

ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି କରି ଝାରସୁଗୁଡାରେ ଯୁବ ଓ ଛାତ୍ର ବିଜେଡିର ବିଶାଳ ବିକ୍ଷୋଭ

ଝାରସୁଗୁଡା: ରାଜ୍ୟରେ ତ୍ରୁଟିପୂର୍ଣ୍ଣ ପାଠ୍ୟ ପୁସ୍ତକ ପାଇଁ ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଥିବା ଅଭିଯୋଗ କରି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବିରେ ଝାରସୁଗୁଡାରେ ବିଜୁ ଯୁବ ଛାତ୍ର ଜନତା ଦଳ ପକ୍ଷରୁ ଏକ ପ୍ରତିବାଦ ସଭା ଓ ବିଶାଳ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି ।
ଶୁକ୍ରବାର ସକାଳେ ଶତାଧିକ ବିଜେଡି କର୍ମୀ ବେହେରାମାଲ ସ୍ଥିତ ମା’ ତାରିଣୀ ମନ୍ଦିର ସମ୍ମୁଖରୁ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ବିଶାଳ ଶୋଭାଯାତ୍ରାରେ ଯାଇଥିଲେ । ସେଠାରେ ଗଣଶିକ୍ଷା ମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରାଯିବା ସହ ତ୍ରୁଟିଶୂନ୍ୟ ପାଠ୍ୟପୁସ୍ତକ ଯୋଗାଇ ଶିକ୍ଷା ବ୍ୟବସ୍ଥାରେ ତୁରନ୍ତ ସୁଧାର ଆଣିବା ପାଇଁ ରାଜ୍ୟ ସରକାରଙ୍କ ଉଦେ୍ଦଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି ।
ରାଜ୍ୟ ବିଜୁ ଛାତ୍ର ଜନତା ଦଳ ସଭାନେତ୍ରୀ ଇପ୍ସିତା ସାହୁ କହିଛନ୍ତି, ପ୍ରାଥମିକ ଶ୍ରେଣୀରୁ ଆରମ୍ଭ କରି ଉଚ୍ଚଶିକ୍ଷା ପର୍ଯ୍ୟନ୍ତ ନୂତନ ପାଠ୍ୟ ପୁସ୍ତକରେ ହଜାର ହଜାର ଭୁଲ୍ ତଥ୍ୟ ପ୍ରକାଶ ପାଇଛି । ଏହା ଦ୍ୱାରା କୋମଳମତି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସମ୍ପୂର୍ଣ୍ଣ ଦିଗହରା ହୋଇପଡ଼ିଛି । ନୈତିକତା ଦୃଷ୍ଟିରୁ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ତୁରନ୍ତ ନିଜ ପଦରୁ ଇସ୍ତଫା ଦେବା ଉଚିତ ଏବଂ ଏଭଳି ସଂଗୀନ ତ୍ରୁଟି ପାଇଁ ଓଡ଼ିଶାବାସୀଙ୍କ ନିକଟରେ ରାଜ୍ୟ ସରକାର କ୍ଷମା ପ୍ରାର୍ଥନା କରିବା ଦରକାର । ଯଦି ସରକାର ତୁରନ୍ତ ନୂଆ ବହି ଛପାଇ ନଦେଇ ପାରୁଛନ୍ତି, ତେବେ ପୁରୁଣା ସିଲାବସ୍ରେ ପାଠ ପଢ଼ାନ୍ତୁ ଏବଂ ବହି ଛପା କମିଟିରେ ଭାଜପା ନେତାଙ୍କ ସମ୍ପର୍କୀୟଙ୍କୁ ନ ରଖି ଗୁଣିଜ୍ଞାନୀ ଲୋକଙ୍କୁ ସ୍ଥାନ ଦିଆଯାଉ ନଚେତ୍ ଆଗକୁ ଆନେ୍ଦାଳନ ଆହୁରି ତୀବ୍ର ହେବ ।
ଏହି ପ୍ରତିବାଦ ସଭାରେ ଯୋଗଦେଇ ଝାରସୁଗୁଡାର ପୂର୍ବତନ ବିଧାୟିକା ଦୀପାଳି ଦାସ କହିଛନ୍ତି ଯେ ବିଦ୍ୟାଳୟ ଗୁଡ଼ିକରେ ପାଠପଢ଼ା ଆରମ୍ଭ ହୋଇଯାଇ ଥିଲେ ମଧ୍ୟ ସରକାରଙ୍କ ବେପରୁଆ ନୀତି ଯୋଗୁଁ ପିଲାମାନେ ଭ୍ରମାତ୍ମକ ବହି ପଢ଼ିବାକୁ ବାଧ୍ୟ ହେଉଛନ୍ତି । ପରୀକ୍ଷା ସମୟ ପାଖେଇ ଆସୁଥିବାରୁ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଘୋର ଚିନ୍ତାରେ ଅଛନ୍ତି । ରାଜ୍ୟର ଶିକ୍ଷା ବ୍ୟବସ୍ଥାକୁ ସୁରକ୍ଷିତ ରଖିବା ପାଇଁ ଆମର ଏହି ସଂଗ୍ରାମ ଆଗାମୀ ଦିନରେ ମଧ୍ୟ ଜାରି ରହିବ । କାର୍ଯ୍ୟକ୍ରମରେ ବ୍ରଜରାଜନଗର ପୂର୍ବତନ ବିଧାୟିକା ଅଳକା ମହାନ୍ତି, ରାଜ୍ୟ ବିଜୁ ଜନତା ଦଳ ସାଧାରଣ ସମ୍ପାଦକ (ଯୁବ ବ୍ୟାପାର)ସଞ୍ଜିତ ମହାନ୍ତି, ରାଜ୍ୟ ବିଜୁ ଯୁବ ଜନତା ଦଳ ସଂପାଦକ ଦୁର୍ଗେଶ ମହାନ୍ତି, ରାଜ୍ୟ ବିଜୁ ଜନତା ଦଳ ରାଜ୍ୟ ପରିଷଦ ସଦସ୍ୟ ତାପସ ରାୟ ଚୌଧୁରୀ, ଝାରସୁଗୁଡ଼ା ଜିଲ୍ଲା ବିଜୁ ଜନତା ଦଳ ସଭାପତି ହରିଶ ଗନତ୍ରା, ଜିଲ୍ଲା ବିଜୁ ମହିଳା ଜନତା ଦଳ ସଭାପତି ଜୟନ୍ତି ବାହୁକ, ଜିଲ୍ଲା ବିଜୁ ଯୁବ ଜନତା ଦଳ ସଭାପତି ରୋବିନ ପାଣ୍ଡେ, ଜିଲ୍ଲା ବିଜୁ ଛାତ୍ର ଜନତା ଦଳ ସଭାପତି ଶିବାଶିଷ ପଟ୍ଟନାୟକ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ତୁଲାବତି ମିଞ୍ଜ, ଜିଲ୍ଲା ପରିଷଦ ସଦସ୍ୟ ସନତ ସିଂ, ଝାରସୁଗୁଡ଼ା ମ୍ୟୁନିସିପାଲିଟୀ ଅଧ୍ୟକ୍ଷା ରାନି ହାତୀ, କୋଲାବିରା ବ୍ଲକ ଅଧ୍ୟକ୍ଷ ରୋହିତ ପଟେଲ, ଲଇକେରା ବ୍ଲକ ଅଧ୍ୟକ୍ଷ ସଞ୍ଜିତ ନାଏକ, ଝାରସୁଗୁଡ଼ା ବ୍ଲକ ଅଧ୍ୟକ୍ଷା ଚିତ୍ରେଣୀ ପଟେଲ, ଝାରସୁଗୁଡ଼ା ବ୍ଲକ ସଭାପତି ଦାମୋଦର ନାଥ, ବ୍ରଜରାଜନଗର ଟାଉନ୍ ସଭାପତି ତପନ ରାଧାକାନ୍ତ ପ୍ରଧାନ, ଜିଲ୍ଲା ବିଜୁ ଜନତା ଦଳ ଉପସଭାପତି ଅଶୋକ ଦାସ, ଜିଲ୍ଲା ବିଜୁ ଜନତା ଦଳ ସାଧାରଣ ସମ୍ପାଦକ ପିଣ୍ଟୁ ପାଢ଼ୀ, ବରିଷ୍ଠ ନେତା ଅରୁଣ ଚଇନି, ଆଲୋକ ତ୍ରିପାଠୀ, ପ୍ରଶାନ୍ତ ଜେନା, ଶଶି ଭୂଷଣ ତିଆଡି, ମଦନ ହାତୀ, ଚିରଞ୍ଜିବି ପତି , ଗୀତାଞ୍ଜଳି ପଣ୍ଡା, ନବନୀତ କୌର, ଦୀପା ନାଏକ ପ୍ରମୁଖ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking