ଭୁବନେଶ୍ୱର: ରାଜ୍ୟରେ ବନ୍ୟା ସ୍ଥିତି ନାହିଁ କହିଲେ ଜଳସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ । ଉପରମୁଣ୍ଡରେ ବର୍ଷା ଯୋଗୁଁ ହୀରାକୁଦ ଜଳସ୍ତର ବଢିଛି । ବର୍ତ୍ତମାନ ହୀରାକୁଦ ଜଳସ୍ତରରରର ୬୦୬.୧୨ ଫୁଟ ରହିଛି । ଗତଥର ଅପେକ୍ଷା ଏବେ ବି ୨ରୁ ୩ ଫୁଟ ତଳେ ଜଳସ୍ତର ଅଛି । ଏବେ ୧ ଲକ୍ଷ ୮୦ ହଜାର କ୍ୟୁସେକ ଜଳ ପ୍ରବେଶ କରୁଛି। କାଲି ସୁଦ୍ଧା ୨ ଲକ୍ଷ ୫୦ ହଜାର କ୍ୟୁସେକ ଜଳ ପ୍ରବେଶ କରିବ। ତେଣୁ ୯ ତାରିଖରେ ହୀରାକୁଦ ଗେଟ ଖୋଳିବାକୁ ନିଷ୍ପତ୍ତି ନେଇଛୁ । କେତେ ଗେଟ ଖୋଲିବୁ କାଲିର ଜଳସ୍ତର ଦେଖି ନିଷ୍ପତ୍ତି ନେବୁ। ମୁଣ୍ଡଳିରେ ଏବେ ୩ ଲକ୍ଷ ୨୬ ହଜାର କ୍ୟୁସେକ ଜଳ ଅତିକ୍ରମ କରୁଛି । ଆଜି ରାତି ସୁଦ୍ଧା ୪ ଲକ୍ଷ ୫୦ ହଜାର କ୍ୟୁସେକ ଜଳ ଅତିକ୍ରମ କରିବ । ୫ ଲକ୍ଷ କ୍ୟୁସେକ ତଳେ ଜଳ ପ୍ରବାହିତ ହେବ, ତେଣୁ ବନ୍ୟା ସ୍ଥିତି ନାହିଁ । ବର୍ଷା ଜଳ ନରାଜ ଦେଇ ଗଲା ପରେ ହୀରାକୁଦ ଜଳ ଛଡାଯିବ । ବୈତରଣୀରେ ବନ୍ୟା ସ୍ଥିତି ନାହିଁ, ଆଖୁଆପଦାରେ ବିପଦ ସଙ୍କେତ ତଳେ । ଯାଜପୁରରେ ୪ରୁ ୫ଟି ପଞ୍ଚାୟତର ଚାଷ ଜମିରେ ବନ୍ୟା ପାଣି ପଶିଛି ।










