41.3 C
Bhubaneswar
Thursday, June 4, 2026
Homeଓଡିଶାଉଲୁଣ୍ଡାରେ ତେଲ ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ

ଉଲୁଣ୍ଡାରେ ତେଲ ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ଅଧୀନ ସାହାଣିଡିହ ନିକଟରେ ଥିବା ଏକ ତେଲ ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ହଠାତ ନିଆଁ ଲାଗିଯିବା ପରେ ଫ୍ୟାକ୍ଟ୍ରି ପରିସରରେ ଆତଙ୍କର ପରିସ୍ଥିତି ସୃଷ୍ଟି ହୋଇଥିଲା । ସୂଚନା ମିଳିବା ସହିତ ଅଗ୍ନିଶମ ବାହିନୀର ଟିମ ଘଟଣାସ୍ଥଳରେ ପହଞ୍ଚି ନିଆଁ ନିୟନ୍ତ୍ରଣ ପାଇଁ ଜୋରଦାର କାର୍ଯ୍ୟ ଆରମ୍ଭ କରିଛନ୍ତି । ପ୍ରାଥମିକ ସୂଚନା ଅନୁସାରେ, ଘଟଣା ସମୟରେ ଫ୍ୟାକ୍ଟ୍ରିର ସମସ୍ତ କର୍ମଚାରୀ ସୁରକ୍ଷିତ ଭାବେ ବାହାରିଯାଇଥିବା ସୂଚନା ମିଳିଛି । ଏହାରୁ କୌଣସି ଜୀବନହାନି ଘଟିନଥିବା ଖବର ମିଳିଛି । ନିଆଁର ସଠିକ କାରଣ ଏଯାଏଁ ଜଣାପଡି ନାହିଁ । ସର୍ଟ ସର୍କିଟ କିମ୍ବା ଯାନ୍ତ୍ରିକ ତ୍ରୁଟି ନେଇ ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ଅଧିକାରୀମାନେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking