32.1 C
Bhubaneswar
Thursday, May 14, 2026
Homeଓଡିଶାଆସିକା ଏସଡିପିଓ ସନ୍ତୋଷ କୁମାର ଜେନା ନିଲମ୍ବିତ

ଆସିକା ଏସଡିପିଓ ସନ୍ତୋଷ କୁମାର ଜେନା ନିଲମ୍ବିତ

ଗଞ୍ଜାମ: ଆସିକା ଏସଡିପିଓ ସନ୍ତୋଷ କୁମାର ଜେନା ନିଲମ୍ବିତ । ଏସଡିପିଓଙ୍କ ବିରୋଧରେ ଗୃହ ବିଭାଗ ପକ୍ଷରୁ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ନିଲମ୍ବନ ସମୟରେ ଦକ୍ଷିଣାଞ୍ଚଳ ଆଇଜିଙ୍କ ଅଫିସରେ କାର୍ଯ୍ୟ କରିବେ ଏସଡିପିଓ । ଆଇଜିଙ୍କ ବିନା ଅନୁମତିରେ ଅନ୍ୟତ୍ର ନ ଯିବାକୁ ଚିଠିରେ ନିର୍ଦ୍ଦେଶ ଦିଆଯାଇଛି । ଆସିକା ଅଞ୍ଚଳରେ ଏକ ସୁନା ଦୋକାନରୁ ସୁନା ଅଳଙ୍କାର କିଣି ପଇସା ଦେଇନଥିବା ଅଭିଯୋଗ ହୋଇଥିଲା । ଏନେଇ ଆସିକାର ସମ୍ପୃକ୍ତ ଦୋକାନୀ ମୁଖ୍ୟାଳୟରେ ଅଭିଯୋଗ ପ୍ରକୋଷ୍ଠରେ ଅଭିଯୋଗ କରିଥିଲେ । ଏପରିକି ସେ ନିଜ ଫେସବୁକରେ ସମ୍ପର୍କିତ ଏକ ଭିଡିଓ ବି ଅପଲୋଡ କରିଥିଲେ । ଅବଶ୍ୟ ପରେ ସେ ଭିଡିଓ କୁ ହଟାଇ ନିଜ ଫେସବୁକ ଆକାଉଣ୍ଟକୁ ବନ୍ଦ କରିଦେଇଛନ୍ତି । ଏ ସମ୍ପର୍କରେ ଗଞ୍ଜାମ ଏସପିଙ୍କୁ ରିପୋର୍ଟ ମଗାଯାଇଥିଲା । ରିପୋର୍ଟ ଆଧାରରେ ଗୃହ ବିଭାଗ ନିଲମ୍ବନ ନିର୍ଦ୍ଦେଶନାମା ଜାରି କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking