ମେଷ : ଆଜି ଶେଷ ଭାବୁଥିବା କାମଟି ପୂର୍ଣ୍ଣାଙ୍ଗ କରିବା କଷ୍ଟକର ହୋଇପଡ଼ିବ। ବିଭିନ୍ନ ପ୍ରକାର ଅସୁବିଧା ଭିତରେ ଗତିକରିବେ। ଧୀରେ ଧୀରେ ମାନସିକ ଅବସ୍ଥା ଖରାପ ଦିଗକୁ ଗତି କରିବ। ନିର୍ମାଣ କାମ ପାଇଁ ହଠାତ ଅର୍ଥର ଆବଶ୍ୟକତା ପଡ଼ିବ।
ବୃଷ : ଅଫିସରେ ଜଣେ ବନ୍ଧୁଙ୍କ ଉପସ୍ଥିତିକୁ କେନ୍ଦ୍ର କରି ଝଗଡ଼ା ଲାଗିପାରେ। କର୍ମକ୍ଷେତ୍ର ଓ ସଭାସମିତିରେ ସମ୍ମାନ ଲାଭ ପଦମର୍ଯ୍ୟାଦା ବୃଦ୍ଧି ପାଇବ । ମହିଳାମାନେ ଘର କଥାକୁ ନେଇ ସ୍ୱାମୀଙ୍କ ସହ ଆଲୋଚନା କରିବେ। ଛାତ୍ରଛାତ୍ରୀମାନେ ଆନୁଷ୍ଠାନିକ କାମରେ ମନଦେବେ।
ମିଥୁନ : ପ୍ରତ୍ୟେକ କ୍ଷେତ୍ରରେ ଭୂଲ ବୁଝାମଣା ଲାଗି ରହିବା ଯୋଗୁ ମନକୁ ବାରମ୍ବାର ଆଲୋଡ଼ନ କରିବ। ଯାହା ଫଳରେ ମନଟା ଦିନ ସାରା କେମିତି କେମିତି ଲାଗିବ । ଦେହ ଭଲ ରହିବ ନାହିଁ। ପାରିବାରିକ ପ୍ରତିରୋଧ କାମକୁ ବିଶୃଙ୍ଖଳିତ କରିବ। ମାତ୍ର ଉପସ୍ଥିତ ବୃଦ୍ଧି ପ୍ରୟୋଗ କରି କାମ କରି ନେବେ।
କର୍କଟ : ପରିବାର ଭିତରେ ଛୋଟ ଘଟଣା ପ୍ରତି ଗୁରୁତ୍ୱ ଦିଅନ୍ତୁ ନାହିଁ। ଏମିତି କେତେକ ପରିସ୍ଥିତିରେ ଚଳିବାକୁ ବାଧ୍ୟ ହେବେ। ଯାହା ଦ୍ୱାରା କି ଜାଣି ଶୁଣି ସବୁ କଥାରେ ନୀରିବ ରହିବାକୁ ପଡ଼ିବ। ମହିଳାମାନେ ସମସ୍ୟାର ସରଳ ସମାଧାନ କରିପାରିବେ।
ସିଂହ : ସ୍ୱାସ୍ଥ୍ୟ ପ୍ରାୟତଃ ଭଲ ରହିବ। କିନ୍ତୁ ମାନସିକ ସ୍ଥିତି ବିଶେଷ ଭଲ ରହି ନପାରେ। ପରିସ୍ଥିିତି ବିଗିଡ଼ି ଯାଇ ପାରେ। ରହିଯାଇଥିବା କାର୍ଯ୍ୟ ସକାଶେ ଅନୁତାପ କରିବେ। ସାଧାରଣ କଥାରେ ବଚଶା ଲାଗିପାରେ। ମହିଳାମାନେ ଗୃହ କାର୍ଯ୍ୟ ପାଇଁ ଆଗେଇ ଆସିବେ।
କନ୍ୟା : କ୍ରୀଡ଼ା ସଂଙ୍ଗୀତ ଚଳଚିତ୍ର ପ୍ରତିଯୋଗିତାରେ ସଫଳତା ପାଇବେ। ଆଜି ଆପଣଙ୍କର ମନ ଖୁସି ରହିବ। ଅଳଙ୍କାର ଓ ଔଷଧ ପତ୍ର ଓ ସୌଖିନି ଦ୍ରବ୍ୟ କ୍ରୟ କରିପାରନ୍ତି। ମହିଳାମାନେ ବନ୍ଧୁମାନଙ୍କ ସମର୍ଥନ ହାସଲ କରିବେ।
ତୁଳା : କର୍ମକ୍ଷେତ୍ରରେ ସମସ୍ତ ପ୍ରକାର ସାହାଯ୍ୟ ପାଇବେ। ଜଣେ ବନ୍ଧୁଙ୍କ ସାହାଯ୍ୟରେ ଆଜିର ଦିନ ଗୁଡ଼ିକ ସୁବିଧାରେ ସମ୍ପନ୍ନ ହୋଇଯିବ। ଯୁକ୍ତିତର୍କ ଠାରୁ ଦୂରେଇ ରୁହନ୍ତୁ। ପ୍ରତ୍ୟେକ କ୍ଷେତ୍ରରେ ସଂଯମତା ରକ୍ଷା ନକଲେ ବିବାଦୀୟ ପରିସ୍ଥିତି ସୃଷ୍ଟି ହେବ।
ବିଛା : ଯାତ୍ର ସମୟରେ ଠିକଣା ଜାଗାରେ ବନ୍ଧୁଙ୍କୁ ନ ପାଇ ବ୍ୟସ୍ତ ହୋଇପଡ଼ିବେ। ଟିକେ କଥାରେ ରାଗିଯାଇ ଯାହା ପାଇବେ ତାହା କହି ପକାଇବେ। ଛାତ୍ରଛାତ୍ରୀମାନେ ପଢ଼ାପଢ଼ିରେ ମନ ଦେବେ।
ଧନୁ : ସ୍ୱାସ୍ଥ୍ୟ ସମସ୍ୟା ସୁଧୁରି ଯିବ। ଏକ ପ୍ରକାର ନିଶ୍ଚିନ୍ତ ସହ ସହକର୍ମୀଙ୍କ ସହ ଶତ୍ରୁତା କାରଣରୁ ସବୁ ଠିକ ହୋଇଯିବ। ପୂର୍ବରୁ ବିଗିଡ଼ିଯାଇପାରେ। ବ୍ୟବସାୟ କ୍ଷେତ୍ରରେ ଉଚ୍ଚଫଳ ପ୍ରାପ୍ତି ହେଲେ ମଧ୍ୟ ସନ୍ତୋଷ ଜନକ ହେବେ ନାହିଁ।
ମକର : ପ୍ରିୟ ବନ୍ଧୁଙ୍କ ସହ ଭାଙ୍ଗି ପଡ଼ିଥିବା ସମ୍ପର୍କ ଯୋଡ଼ି ହୋଇଯିବ। ପିଲାମାନଙ୍କ ପଢ଼ା ସମସ୍ୟା ହେବ ନାହିଁ। ମନ ଭାରାକ୍ରାନ୍ତ ହେବ। ଆପଣଙ୍କୁ ଆଜି ବନ୍ଧୁ ସାହାଯ୍ୟ କରିବେ।
କୁମ୍ଭ : ଆଜି କର୍ମକ୍ଷେତ୍ରରେ କୌଣସି ତରବରିଆ ପଦକ୍ଷେପ ନେବା ଠିକ୍ ହେବ ନାହିଁ। ସନ୍ତାନମାନଙ୍କ ଆରୋଗ୍ୟ ପାଇଁ ଭଗବାନଙ୍କୁ ପ୍ରାର୍ଥନା କରିବେ। ଅନ୍ୟମାନଙ୍କ କଥାରେ ପଡ଼ି ଅଧିକ କାମରେ ହାତ ଦିଅନ୍ତୁ ନାହିଁ।
ମୀନ : ଚେଷ୍ଟା କରୁଥିବା କାମରେ ସଫଳତା ପାଇବେ । ଆଜିର ଦିନଟି ଆନନ୍ଦ ଉଲ୍ଲାସରେ ସମୟ କଟିବ। ସାମନ୍ୟ ଶାରିରୀକ ଅସୁସ୍ଥତା ଅନୁଭବ କରିବେ। ଛାତ୍ରଛାତ୍ରୀମାନେ ବିଦ୍ୟା ଦିଗରେ ଅରାଗେଇବେ ।










