27.2 C
Bhubaneswar
Tuesday, April 21, 2026
Homeଓଡିଶାଜେଇଇ (ମେନ୍) ୨୦୨୬ ସେସନ୍-୨ରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଉଲ୍ଲେଖନୀୟ ସଫଳତା

ଜେଇଇ (ମେନ୍) ୨୦୨୬ ସେସନ୍-୨ରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଉଲ୍ଲେଖନୀୟ ସଫଳତା

ଭୁବନେଶ୍ୱର: ଓଡ଼ିଶା ଆଦର୍ଶ ବିଦ୍ୟାଳୟ (OAV) ର ଛାତ୍ରଛାତ୍ରୀମାନେ ଜଏଣ୍ଟ ଏଣ୍ଟ୍ରାନ୍ସ ପରୀକ୍ଷା (JEE) ମେନ୍ ୨୦୨୬ (ସେସନ୍-୨) ରେ ଉଲ୍ଲେଖନୀୟ ପ୍ରଦର୍ଶନ କରିବା ସହ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ବିଭିନ୍ନ ଓଡ଼ିଶା ଆଦର୍ଶ ବିଦ୍ୟାଳୟରୁ ମୋଟ ୧୪୧ ଜଣ ଛାତ୍ରଛାତ୍ରୀ ଜେଇଇ (ଏଡଭାନ୍ସଡ୍) ୨୦୨୬ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି, ଯାହା ଏହି ଶିକ୍ଷାନୁଷ୍ଠାନ ପାଇଁ ଏକ ବଡ଼ ସଫଳତା। ଶୀର୍ଷ ସଫଳତା ପାଇଥିବା ପରୀକ୍ଷାର୍ଥୀଙ୍କ ମଧ୍ୟରେ ପିୟୂଷ ରଞ୍ଜନ ସ୍ୱାଇଁ ୯୯.୮୯ ପ୍ରତିଶତ ରଖି ସର୍ବୋଚ୍ଚ ମାର୍କ ରଖିଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି। ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଶିକ୍ଷାଗତ ଶ୍ରେଷ୍ଠତାକୁ ଏହି ଫଳାଫଳ ଆହୁରି ସ୍ପଷ୍ଟ କରିଛି । ଯେଉଁଥିରେ ୭ ଜଣ ଛାତ୍ରଛାତ୍ରୀ ୯୯ ପ୍ରତିଶତରୁ ଅଧିକ, ୩୪ ଜଣ ୯୫ ପ୍ରତିଶତରୁ ଅଧିକ ଏବଂ ୬୩ ଜଣ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖିଛନ୍ତି । ଏହି ଉଲ୍ଲେଖନୀୟ ସଫଳତା ଛାତ୍ରଛାତ୍ରୀଙ୍କ ଅଧ୍ୟବସାୟ, ନିଷ୍ଠା, ଶୃଙ୍ଖଳା ଓ କଠିନ ପରିଶ୍ରମ ସହିତ ଓଡ଼ିଶାର ସମସ୍ତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ (OAV) ଶିକ୍ଷକ ଏବଂ ପରାମର୍ଶଦାତାଙ୍କ ନିରନ୍ତର ପ୍ରଚେଷ୍ଟାକୁ ପ୍ରତିଫଳିତ କରୁଛି । ଜାତୀୟସ୍ତରୀୟ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ଛାତ୍ରଛାତ୍ରୀଙ୍କୁ ପ୍ରସ୍ତୁତ କରିବାରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଶିକ୍ଷା ବ୍ୟବସ୍ଥାର ଦକ୍ଷତାକୁ ଏହି ସଫଳତା ପ୍ରମାଣିତ କରିଛି । ଏହି ଅବସରରେ ବିଭାଗର ଅଧିକାରୀ ଛାତ୍ରଛାତ୍ରୀଙ୍କୁ ଆନ୍ତରିକ ଅଭିନନ୍ଦନ ଜଣାଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking