27.4 C
Bhubaneswar
Tuesday, April 14, 2026
Homeଓଡିଶାମାଲକାନଗିରିରେ ବାଲି ଚୋରାଚାଲାଣ ରାକେଟ୍ ଉପରେ ଏମଭି-୭୯ ପୁଲିସର ଚଢ଼ାଉ

ମାଲକାନଗିରିରେ ବାଲି ଚୋରାଚାଲାଣ ରାକେଟ୍ ଉପରେ ଏମଭି-୭୯ ପୁଲିସର ଚଢ଼ାଉ

ମାଲକାନଗିରି: ବାଲି ଚୋରାଚାଲାଣର ହାଇଟେକ୍ ତରିକା ଅଭିନବ ଉପାୟରେ ନଦୀ ଘାଟରୁ ବାଲି ଉଠାଇ ସ୍ପଷ୍ଟ ଦିବାଲୋକରେ ବାଲି ଚୋରା ଚାଲାଣ କରୁଛନ୍ତି ମାଫିଆ । ମାଲକାନଗିରି ଜିଲ୍ଲା ଏମଭି -୭୯ ଥାନା ଅନ୍ତର୍ଗତ କୁଟୁମପଲ୍ଲୀ ନଦୀର ବିଭିନ୍ନ ଘାଟରେ ଏମିତି ଅତ୍ୟାଧୁନିକ ମୋଟର ଲଗାଇ ଟ୍ରାକ୍ଟରରେ ବାଲି ବୋଝେଇ କରୁଛନ୍ତି ମାଫିଆ । ଦୀର୍ଘଦିନ ଧରି ବେଧଡ଼କ ଭାବେ ଏପରି ଟ୍ରାକ୍ଟର ଯୋଗେ ବାଲି ଚୋରା ଚାଲାଣ ଚାଲି ଥିବାବେଳେ ଖବର ପାଇ ବାଲି ଘାଟ ଉପରେ ଚଢ଼ାଉ କରିଛି ଏମଭି ୭୯ ପୁଲିସ । ବିଭିନ୍ନ ଘାଟରେ ଅତର୍କିତ ଚଢ଼ାଉ କରି ୪ ଟ୍ରାକ୍ଟର ସମେତ ବାଲି ଉଠାଣ କରୁ ଥିବା ମୋଟର ଓ ସରଂଜାମ ସବୁ ଜବତ କରିଛି ଏମଭି -୭୯ ପୁଲିସ । ଏ ନେଇ MV ୭୯ ପୁଲିସ ଏକ ମାମଲା ରୁଜୁ ତଦନ୍ତ ଜାରି ରଖିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking