27.4 C
Bhubaneswar
Tuesday, April 14, 2026
Homeଓଡିଶା୧୨୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀଙ୍କୁ ଝାଡ଼ାବାନ୍ତି: ମେଡିକାଲରେ ଭର୍ତ୍ତି

୧୨୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀଙ୍କୁ ଝାଡ଼ାବାନ୍ତି: ମେଡିକାଲରେ ଭର୍ତ୍ତି

ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲାରେ ଅଘଟଣ। ଝାଡ଼ାବାନ୍ତି ହେବାରୁ ୧୨୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଡାକ୍ତରଖାନାରେ ଅଭିଭାବକମାନଙ୍କ ଅସମ୍ଭାଳ ଭିଡ଼ି ସାଙ୍ଗକୁ ପାଟିତୁଣ୍ଡ ଦେଖିବାକୁ ମିଳିଛି। ଏହିପରି ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ବ୍ଲକର କାକବନ୍ଧ ଆଶ୍ରମ ସ୍କୁଲରେ। ଆଜି ସକାଳୁ ଛାତ୍ରଛାତ୍ରୀମାନେ ପଖାଳ ଭାତ ଏବଂ ଆଳୁଚଟଣି ଖାଇଥିଲେ। ହେଲେ କିଛି କିଛି ପିଲାଙ୍କର ବାନ୍ତି ଏବଂ ଝାଡ଼ା ହେବାରୁ ସେମାନଙ୍କୁ ରାସଗୋବିନ୍ଦପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା। ବର୍ତ୍ତମାନ ସୁଦ୍ଧା ୧୨୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ଜ୍ୱର ହେବା ସହ ଝାଡ଼ାବାନ୍ତି ହେଉଥିବା ଜଣାପଡ଼ିଛି।କାକବନ୍ଧ ଆଶ୍ରମ ସ୍କୁଲରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ୨୨୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ରହିଛନ୍ତି। ଏହିପରି ଘଟଣା ପରେ ବିଶ୍ବବିଦ୍ୟାଳୟରେ ଆତଙ୍କ ଖେଳିଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking