ନୂଆଦିଲ୍ଲୀ: ସୋମବାର ଦିନ ମହାରାଷ୍ଟ୍ରର ଥାଣେ ଜିଲ୍ଲାରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି ଯେଉଁଥିରେ ୧୧ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନେକ ଆହତ ହୋଇଛନ୍ତି ବୋଲି ଅଧିକାରୀମାନେ କହିଛନ୍ତି। ଘଟଣାଟି ସକାଳ ପ୍ରାୟ ୧୧.୩୦ ସମୟରେ ମୁରବାଡର ଗୋଭିଲି ଗାଁ ନିକଟରେ କଲ୍ୟାଣ-ମୁରବାଡ ଜାତୀୟ ରାଜପଥ ୬୧ ର ରାଇତା ସେତୁରେ ଘଟିଥିଲା। ସୂଚନା ଅନୁସାରେ ଭ୍ୟାନଟି ବିପରୀତ ଦିଗରୁ ଆସୁଥିବା ଏକ ସିମେଣ୍ଟ ମିକ୍ସର ସହିତ ଧକ୍କା ହୋଇଥିଲା। ଘଟଣାସ୍ଥଳରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି । ଆଉ କିଛି ଆହତ ମାନେ ପରେ ସେମାନଙ୍କ ମୃତ୍ୟୁ ହୋଇଥିଲାଏବେ ବି ଅନେକ ଲୋକ ଆହତ ଅଛନ୍ତି ଯେଉଁମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅଧିକାରୀଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ସୂଚନା ଅନୁଯାୟୀ, ଅନେକ ଆହତଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି। ପୋଲିସ ଏବେ ଏକ ମାମଲା ରୁଜୁ କରିଛି, ଏବଂ ଅଧିକ ତଦନ୍ତ ଚାଲିଛି।










