ନୟାଗଡ: ନୟାଗଡ ଛେନାପୋଡକୁ ମିଳିବ ଜିଆଇ ଟ୍ୟାଗ । ବିଶ୍ୱ ପ୍ରସିଦ୍ଧ ନୟାଗଡ ଛେନାପୋଡକୁ ମିଳିବ ଜିଆଇ ଟ୍ୟାଗ ମାନ୍ୟତା । ଏନେଇ ସୂଚନା ଦେଲେ କେନ୍ଦ୍ର ବାଣିଜ୍ୟ ଓ ମନ୍ତ୍ରୀ ପୀୟୁଷ ଗୋୟଲ । ଆସନ୍ତା ମେ ୨୮ ଓ ୨୯ ତାରିଖ ବୈଠକରେ ବିଧିବଦ୍ଧ ଘୋଷଣା କରାଯାଇଛି । ମନ୍ତ୍ରୀ ପିୟୂଷ ଗୋୟାଲଙ୍କୁ ଚିଠି ଲେଖିଥିଲେ ସାଂସଦ ସମ୍ବିତ ପାତ୍ର । ଜିଆଇ ଟ୍ୟାଗ ନେଇ ଉପଯୁକ୍ତ ପଦକ୍ଷେପ ନେବେ ବୋଲି କେନ୍ଦ୍ର ମନ୍ତ୍ରୀ ଜଣାଇଛନ୍ତି ।










