ନୂଆଦିଲ୍ଲୀ: ମହିଳା ସଂରକ୍ଷଣ ପାଇଁ ସଂସଦର ତିନି ଦିନିଆ ସ୍ୱତନ୍ତ୍ର ଅଧିବେଶନ ପୂର୍ବରୁ ଆଜି ପ୍ରଧାନମନ୍ତ୍ରୀ ମୋଦୀ ଦେଶବାସୀଙ୍କୁ ଉଦବୋଧନ କରିଛନ୍ତି । ଦିଲ୍ଲୀର ବିଜ୍ଞାନ ଭବନରେ ନାରୀ ଶକ୍ତି ବନ୍ଧନ ସମ୍ମିଳନୀ ଉପରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି । ସଂସଦରେ ନାରୀଶକ୍ତି ବନ୍ଦନ ଅଧିନିୟମ ଆଗତ ପରେ ସମସ୍ତଙ୍କ ସହଯୋଗରେ ପାରିତ କରିବା ଲକ୍ଷ୍ୟ ରଖିଛନ୍ତି । ନାରୀ ଶକ୍ତି ବନ୍ଦନ ଦେଶର ନାରୀଙ୍କ ପାଇଁ ସମର୍ପିତ । ଭାରତ ଏକ ମହତ୍ୱପୂର୍ଣ୍ଣ ନିର୍ଣ୍ଣୟ ନେବାକୁ ଯାଉଅଛି । ଏହି ନିର୍ଣ୍ଣୟ ନାରୀମାନଙ୍କୁ ସମର୍ପିତ କହିଲେ ମୋଦୀ । ଆସନ୍ତା ୧୬ ଏପ୍ରିଲରେ ଇତିହାସ ରଚିବାକୁ ଯାଉଛି ସଂସଦ । ସବୁ ଦଳ ନାରୀ ଶକ୍ତି ବନ୍ଦନକୁ ସମର୍ଥନ ଦେବାକୁ ଅନୁରୋଧ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ମୁଁ ନାରୀମାନଙ୍କ ଆଶୀର୍ବାଦ ହେବାକୁ ଏଠାକୁ ଆସିଛି । ଏବେ ଦେଶ ସକରାତ୍ମକ ନିଷ୍ପତ୍ତି ଆଡକୁ ଅଗ୍ରସର ହେଉଛି । ୨୧ଟି ରାଜ୍ୟରେ ମହିଳାଙ୍କ ଭାଗିଦାରୀ ୫୦ ପ୍ରତିଶତ ଅଛି । ମହିଳାଙ୍କ ଭାଗିଦାରୀ ଗଣତନ୍ତ୍ରକୁ ସୁଦୃଢ କରିଛି ।










